ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି
ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ଆଜି ସକାଳେ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଦେଇଥିଲା। ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆଜି ଭୋରରୁ ଭୁବନେଶ୍ବରରେ ୧୦ ମିଟର ଦୂରତାରୁ ମୁହଁ ଦିଶୁନଥିଲା। ଆଜିଠୁ ମାର୍ଚ୍ଚ ୨୪ ତାରିଖ ଭିତରେ ଓଡ଼ିଶାରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଛି।