ସ୍ନେହ ଆନୁକୂଲ୍ୟରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସମ୍ପର୍କିତ ଏକ କର୍ମଶାଳା ଭୁବନେଶ୍ୱରରେ ଆୟୋଜିତ
ଭୁବନେଶ୍ୱର (ଅଭିଷେକ ମହାନ୍ତି): ସ୍ବେଚ୍ଛାସେବୀ ଅନୁଷ୍ଠନ ସୋସାଇଟି ଫର୍ ନେଚର୍, ଏଜୁକେଶନ ଆଣ୍ଡ୍ ହେଲ୍ଥ (ସ୍ନେହ) ଆନୁକୂଲ୍ୟରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସମ୍ପର୍କିତ ଏକ କର୍ମଶାଳା ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ତାଲମକେନ୍ଦ୍ରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିମାନେ ଯୋଗଦେଇ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଥିବା ତ୍ରୁଟି ଏବଂ ସମାଜରେ ବଢୁଥିବା ଅପରାଧ ନିରାକଣରେ ଦଣ୍ଡ ପ୍ରଦାନର ସୀମିତ ଭୂମିକା ଉପରେ ଆଲୋକପାତ କରିଥିଲେ। ଅପରାଧ ଏବଂ ଦଣ୍ଡବିଧାନ ସହିତ କ୍ଷତିଗ୍ରସ୍ତ ବ୍ୟକ୍ତିର କ୍ଷତିପୂରଣ ପାଇଁ ହୋଇଥିବା ସରକାରୀ ଅନୁଦାନ ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି ରେଷ୍ଟୋରେଟିଭ୍ ଜଷ୍ଟିସ୍ ପ୍ରକ୍ରିୟାରେ ଅପରାଧି ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ମଧ୍ୟରେ ସମ୍ପର୍କର ପୁନଃସ୍ଥାପନ ସମ୍ଭବ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନ ରେଷ୍ଟୋରେଟିଭ୍ ଜଷ୍ଟିସ୍ ଦ୍ୱାରା ଅପରାଧି, ପୀଡିତ ଏବଂ ଗୋଷ୍ଠୀ ମଧ୍ୟରେ ଅପରାଧ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କକୁ କିଭଳି ପୁନଃସ୍ଥାପନ କରାଯାଇ ସମସ୍ତଙ୍କର ଆବଶ୍ୟକତା ପୂରଣ କରିହେଉଛି, ସେ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ପୋଲିସ୍ ଅଧିକାରୀ, ଆଇନ୍ଜୀବି ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ସୁବର୍ଣ୍ଣା ଘୋଷ ଅଧ୍ୟକ୍ଷତା କରିଥିବାବେଳେ ପ୍ରକଳ୍ପ ସଂଯୋଜକ ଦିବାକର ମାହାଳି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମଟି କଲିକତାର ମେନୋନାଇଟ୍ ସେଣ୍ଟ୍ରାଲ କମିଟି (ଏମ୍ସିସି) ଏବଂ ସ୍ନେହ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।