ସେପ୍ଟେମ୍ବର ୨୪ ରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି
ଭୁବନେଶ୍ୱର: ସେପ୍ଟେମ୍ବର ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ପାଳନ କରିବ ବିଜେଡି। ସକାଳ ୬ଟା ରୁ ଦିନ ୧ଟା ଯାଏଁ ଭୁବନେଶ୍ବରରେ ଅଖ ଚକ ବନ୍ଦ ରହିବ ବୋଲି ସୂଚନା ଦେଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର। ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଅତ୍ୟାଚାର ଘଟଣାରେ ତୁରନ୍ତ ନ୍ୟାୟ ଦେବା ଦାବିରେ ଏହି ବନ୍ଦ ପାଳନ କରାଯିବ।