୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି

Jun 3, 2024 - 23:04
 4
୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି

ଭୁବନେଶ୍ୱର: ଓଡ଼ିଶାରେ ୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଧଳ କହିଛନ୍ତି ଯେ ୨୦୧୯ରେ ୭୩.୦୯% ମତଦାନ ହୋଇଥିଲା, ୨୦୨୪ରେ ୭୪.୪୪% ହୋଇଛି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ପ୍ରତିଶତ ଅଧିକ ରହିଛି। ଏଥର ୭୩.୩୭% ପୁରୁଷ ଓ ୭୫.୫୫% ମହିଳା ଭୋଟ ଦେଇଛନ୍ତି। ଏଥର ନିର୍ବାଚନରେ ପ୍ରାୟ ୨.୫ କୋଟି ଭୋଟର ମତଦାନ କରିଛନ୍ତି। ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ। ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ ଓ ଆଉ ଅନ୍ୟ ସମସ୍ତ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍‌ ରହିବ।