ଆଜି ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଭୁବନେଶ୍ୱର: ଆଜି ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୂୟରଭଞ୍ଜ ଲୋକସଭା ଆସନ ସହ ଏହି ସଂସଦୀୟ କ୍ଷେତ୍ରର ୪୨ ବିଧାନସଭା ଆସନରେ ଚାଲିଛି ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୧୦ ହଜାର, ୮୮୨ ବୁଥରେ ମତଦାନ ଗ୍ରହଣ କରାଯିବ। ସେଥିମଧ୍ୟରୁ ୨୧ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି, ଶାନ୍ତିଶୃଙ୍ଖଳା ପାଇଁ ୩୬ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ତା ସହିତ ୧୨୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୮୬ ପ୍ଲାଟୁନ ପ୍ଲାଟୁନ ଓଡ଼ିଶା ଆର୍ମଡ ପୋଲିସ ନିୟୋଜିତ ହେଇଛନ୍ତି।