ବଢୁଛି ହୀରାକୁଦ ଜଳସ୍ଥର; ୨୦ ଗେଟ୍ ଦେଇ ଜଳ ନିସ୍କାସନ ଜାରି
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲାଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଯେଉଁଥିପାଇଁ ଶନିବାର ହୀରାକୁଦର ଆଉ ୮ ଟି ଗେଟ ଖୋଲାଯାଇଛି । ଗତ ଶୁକ୍ରବାର ୧୦ ଟି ଖୋଲାଯାଇଥିବା ବେଳେ ଶନିବାର ୮ ଟି ଖୋଲାଯାଇଛି । ଏବେ ସୁଦ୍ଧା ୨୦ ଟି ଗେଟ୍ ଦେଇ ଜଳ ନିସ୍କାସନ ହେଉଛି । ହୀରାକୁଦର ଜଳସ୍ତର ୬୨୧ ଫୁଟ ଉପରେ ରହିଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୨ ହଜାର ୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୧୫ ହଜାର ୬୮୦ କ୍ୟୁସେକ ଜଳ ନିସ୍କାସନ କରାଯାଉଛି ।