ଭୁବନେଶ୍ୱରର ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର କଟକ ରୋଡରେ ଥିବା ଦୀପାଳି ବାର ର ଲଜରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଲଜର ୨୦୫ ନମ୍ବର ରୁମରେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।