ଫରିଙ୍ଗିଆ ଥାନା ଜାଳିଦେବା ଅଭିଯୋଗରେ ୧୫ଜଣ ଅଟକ; ୨୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ
ଫୁଲବାଣୀ : ଗତକାଲି ଗଞ୍ଜେଇ ଚାଲାଣରେ ପୁଲିସର କର୍ମଚାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛଥିବା ଘଟଣାରେ ଆଜି ପୋଲିସ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ପ୍ରକ୍ରିୟା ଆରମ୍ଭ କରିଛି । ଏହା ସହ ୨୦୦ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ସମ୍ପୂର୍ଣ ଘଟଣାରେ ଫରିଙ୍ଗିଆ ଥାନାର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି |
ଏହି ଘଟଣାରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କୁ ବଦଳି କରାଯାଇଛି। ଅଭିଯୋଗ ଥିବା ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟ ରୁ ଅନ୍ତର କରାଯାଇଛି।