୫୦୮ ରେଳ ଷ୍ଟେସନର ପୁନର୍ବିକାଶର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ୫୦୮ ରେଳ ଷ୍ଟେସନର ପୁନର୍ବିକାଶର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଛି। ଆଜିଠୁ ଦେଶବ୍ୟାପୀ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ହେବ । ୨୫ ହଜାର କୋଟି ଟଙ୍କା ବିନିମୟରେ ହେବ ପୁନର୍ବିକାଶ ପ୍ରକଳ୍ପ ଅନୁମୋଦନ ପାଇଛି | ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି। ଦେଶରେ ଅତ୍ୟାଧୁନିକ ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି, ଅତ୍ୟାଧୁନିକ ସୁବିଧା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଗତ ୯ ବର୍ଷରେ ରେଲୱେରେ ରେକର୍ଡ ନିବେଶ ହୋଇଛି,ଉତ୍ତର ପୂର୍ବ ରାଜ୍ୟରେ ରେଲୱେର ବିସ୍ତାର ପାଇଁ ଗୁରୁତ୍ୱ ଦିଆଯାଇଛି | ଟ୍ରେନରେ ବାୟୋ ଟଏଲେଟ୍ ସଂଖ୍ୟା ୨୮ ଗୁଣା ବୃଦ୍ଧି ପାଇଛି ।