ଜୟ ମା ଭବାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

Aug 6, 2023 - 17:56
Aug 28, 2023 - 14:40
 39
ଜୟ ମା ଭବାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର: ଜୟ ମା ଭବାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଭୁବନେଶ୍ୱର ଭି ଏସ ଏସ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୭ ମସିହା ରୁ ଟ୍ରଷ୍ଟ ପକ୍ଷରୁ ସାମାଜ ସେବା ର ଯାତ୍ରା ଆରମ୍ଭ କରି ଆଜି ୨୦୨୩ ରେ ପହଞ୍ଚିଛି। ଆଜି ଏହି ଅବସରରେ ବରିଷ୍ଠ ନାଗରିକ ସଙ୍ଘ ଭି ଏସ ଏସ ନଗର, ଭୁବନେଶ୍ବର ରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ନେତୃତ୍ୱ ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଅଶୋକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଆଜିର ସ୍ୱାସ୍ଥ୍ୟ ଶିବିର ରେ ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର ବରିଷ୍ଠ ନାଗରିକ ସଙ୍ଘ ର ସଭାପତି କୃପାସିନ୍ଧୁ ସାହୁ, ସମ୍ପାଦକ ସୁରେଶ ଚନ୍ଦ୍ର କର, ବି ବି ପ୍ରଧାନ, ତ୍ରିଲୋଚନ ରଥ, ବି କେ ଦେଓ, ଶ୍ରୀ ନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା, ରଞ୍ଜନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ସ୍ୱାସ୍ଥ୍ୟ ଶିବିର ରେ ଇନଷ୍ଟିଚୁଟ ଅଫ ଗ୍ଯାସଟ୍ରୋଲୋଜି ଆଣ୍ଡ କିଡିନି କେୟାର, ଏ ସ ଜୀ ଆଇ ହସପିଟାଲ, ଡାକ୍ତର ରବିନ କର, ଡାକ୍ତର ରାଜ ଦୀପ ବେହୁରା, ଡ ସୁରେନ୍ଦ୍ର ସାହୁ, ଡ଼ ଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ପରିଚାଳନା କରିଥିଲେ। ଏହି ଅବସର ରେ ଡ ନାରାୟଣ ମହାପାତ୍ର କହିଛନ୍ତି ଯେ ଆମେ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ। ଅବହେଳିତ ଗୁରୁଜନ ଓ ପିଲା ମାନଙ୍କ ମୁହଁରେ ହସ ଫୁଟାଇବା ଆମର ଏକ ଛୋଟ ପ୍ରୟାସ ।