ହସ୍ତତନ୍ତ ପରିଧାନ ସହିତ ଓଡ଼ିଶାର ପ୍ରଥମ ହସ୍ତତନ୍ତ ୱାକାଥନର ଆୟୋଜନ କରିଛି ସ୍ୱାଭିମାନୀ ଓଡ଼ିଆ ୱମେନ୍‌ସ ୱାର୍ଲ୍ଡ

Aug 6, 2023 - 17:54
Aug 28, 2023 - 14:40
 8
ହସ୍ତତନ୍ତ ପରିଧାନ ସହିତ ଓଡ଼ିଶାର ପ୍ରଥମ ହସ୍ତତନ୍ତ ୱାକାଥନର ଆୟୋଜନ କରିଛି ସ୍ୱାଭିମାନୀ ଓଡ଼ିଆ ୱମେନ୍‌ସ ୱାର୍ଲ୍ଡ

ଭୁବନେଶ୍ୱର: ପରିଚୟ ଫାଉଶେନ, ଲାୟନ୍‌ସ କ୍ଲବ୍ ଇଂଟରନ୍ୟାଶନାଲ ଓ ସ୍ପନ୍ଦିତା ସହ ସହଭାଗିତାରେ ସ୍ୱାଭିମାନି ଓଡ଼ିଆ ୱମେନ୍‌ସ ୱାର୍ଲ୍ଡ ପକ୍ଷରୁ ଅଗଷ୍ଟ ୬ ତାରିଖ ୨୦୨୩ରେ ଓଡିଶାର ପ୍ରଥମ ହସ୍ତତନ୍ତ ୱାକାଥନର ଆୟୋଜନ ସମ୍ପର୍କରେ ଗର୍ବର ସହ ଘୋଷଣା କରାଯାଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଓଡ଼ିଶାର ହସ୍ତତନ୍ତ ପରିଧାନ କରିଥିଲେ । ଏହି ୱାକାଥନ ଭୁବନେଶ୍ୱର ଶୀଖରଚଣ୍ଡୀ ଛକରୁ ଆରମ୍ଭ ହୋଇଥିଲା ଯାହା ବୁଣାକାରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ବୁଣାକାରଙ୍କ ମଧ୍ୟରେ ଏକ ସ୍ୱାଭିମାନର ଭାବନା ଅନ୍ତର୍ନିହିତ କରିବା ଏବଂ ଆମର ହସ୍ତତନ୍ତ ଉତ୍ପାଦକୁ ନିୟମିତ ଭାବେ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛି ଯାହା ଏହି ସମୃଦ୍ଧ ଐତିହ୍ୟ ସମ୍ପର୍କରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବ । ଏହି ୱାକାଥନର ସ୍ୱତନ୍ତ୍ର ଆକର୍ଷଣ ଥିଲା ଜୁମ୍ବା, ହସ୍ତତନ୍ତ ଶାଢୀ, ମନୋରଞ୍ଜନ ଓ ଉାହଜନକ ଉପହାର । ପ୍ରଖ୍ୟାତ ବୁଣାକାରମାନଙ୍କୁ ମଧ୍ୟ ଓଡିଶାର ସଂସ୍କୃତି ଓ ଐତିହ୍ୟକୁ ଆହୁରି ଉନ୍ନତ କରିବା କ୍ଷେତ୍ରରେ ସେମାନଙ୍କର ମୂଲ୍ୟବାନ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୧୨ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କ ପାଇଁ ଖୋଲା ଥିଲା । ୱାକାଥନରେ କେବଳ ରାଜ୍ୟର ନାଗରିକମାନଙ୍କ ଉାହର୍ପୂ ଅଂଶଗ୍ରହଣ ଦେଖିବାକୁ ମିଳିନଥିଲା ବରଂ ଏହା ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି ଓ ଇନ୍‌ଫ୍ଲୁଏନ୍ସରଙ୍କଠାରୁ ସମର୍ଥନ ହାସଲ କରିଥିଲା ଯେଉଁମାନେ କି ଆନ୍ତର୍ଜତୀୟ ମଂଚରେ ଓଡିଶାର ହସ୍ତତନ୍ତକୁ ପ୍ରଦର୍ଶିତ କରିବା ପାଇଁ ନିଜର ପ୍ରତିବଦ୍ଧତା ସହ ଏକତ୍ରିତ ହୋଇଥିଲେ । ଏହି ୱାକାଥନରେ ଓଡିଶାର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଏଲିନା ସାମନ୍ତରାୟ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶି, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଇଲ୍‌ଜ ବ୍ରାଇଡାଲ ମଲ୍‌ର ପ୍ରତିଷ୍ଠାତ୍ରୀ ସୁକ୍ରିତି ପନାୟକ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ୱାକାଥନ ସମ୍ପର୍କରେ ନିଜର ଉାହ ବ୍ୟକ୍ତ କରି ସ୍ୱାଭିମାନ ଓଡିଆ ୱମେନ୍‌ସ ୱାର୍ଲ୍ଡର ଅଧ୍ୟକ୍ଷା ସସ୍ମିତା ମିଶ୍ର କହିଛନ୍ତି, ଏହି କାର୍ଯ୍ୟକ୍ରମ ଆମ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ପ୍ରେ।।ହିତ କରିବା ଏବଂ ଆମର ପ୍ରତିଭାଶାଳୀ ବୁଣାକାରଙ୍କ ଜୀବିକାକୁ ସମର୍ଥନ କରିବା କ୍ଷେତ୍ରରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ ସଙ୍କଳ୍ପବଦ୍ଧତାର ଏକ ପ୍ରମାଣ ଅଟେ । ଏକ ସମୁଦାୟ ଭାବେ ଏକତ୍ରିତ ହୋଇ ଆମେ ଏହି କାରିଗରମାନଙ୍କ ଜୀବନରେ ଏକ ବାସ୍ତବ ଭିନ୍ନତା ଆଣିପାରିବା ଏବଂ ଆମର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ବଜାୟ ରଖିପାରିବା । ଆସନ୍ତୁ ଆମ ବୁଣାକାରମାନଙ୍କ ଏକ ଉଜ୍ଜ୍ୱଳ ଓ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ ହାତରେ ହାତ ମିଳାଇ ଚାଲିବା । ହସ୍ତତନ୍ତ ସମ୍ପର୍କରେ ସଚେତନତା ବିସ୍ତାର କରିବା ବ୍ୟତୀତ ଏହି କାର୍ଯ୍ୟକ୍ରମ ଉଭୟ ବୁଣାକାର ଓ ସେମାନଙ୍କର ସମୁଦାୟକୁ ସଶକ୍ତ କରିବା ପାଇଁ ଏକ ସାମଗ୍ରିକ ପ୍ରୟାସ କରିଛି । ସ୍ୱାଭିମାନି ଓଡିଆ ୱନେ୍‌ସ ୱାର୍ଲ୍ଡ ସମସ୍ତ ଅଂଶଗ୍ରହଣକାରୀ ଓ ହିତାଧିକାରୀଙ୍କୁ ନିଜର କୃତଜ୍ଞତା ଜଣାଇଛି ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଏକ ବାସ୍ତବତାରେ ପରିଣତ କରିବାରେ ଏକ ଗୁରୁତ୍ୱର୍ପୂ ଭୂମିକା ଗ୍ରହଣ କରିଥିଲେ । ହସ୍ତତନ୍ତ ହେଉଛି ଓଡିଶାର ସମୃଦ୍ଧ ସାଂସ୍କୃତିକ କ୍ଷେତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହା ବୁଣାକାରମାନଙ୍କ ଅନେକ ପିଢିର କାରିଗରି ଓ କଳାତ୍ମକ ବିରାସତକୁ ଧାରଣ କରିଛି । ଏହି ବହୁ ପୁରାତନ ପରମ୍ପରା ବହୁସଂଖ୍ୟାରେ ଉତ୍ପାଦିତ ବସ୍ତ୍ରର ପ୍ରତିଯୋଗିତା ଏବଂ ଏକ ସ୍ଥାୟୀ ବଜାର ସନ୍ଧାନ କରିବାର ସଂଘର୍ଷ ସମେତ ଅସଂଖ୍ୟ ଆହ୍ୱାନର ସମ୍ମୁଖୀନ ହେଉଛି । ଏହି ୱାକାଥନ ଏଭଳି ସମସ୍ୟାଗୁଡିକୁ ଆଲୋକିତ କରିବା ଏବଂ ଆମର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା କ୍ଷେତ୍ରରେ ଆମର ବୁଣାକାରମାନଙ୍କ ମୂଲ୍ୟବାନ ଯୋଗଦାନ ପ୍ରତି ଧ୍ୟାନ ଆକର୍ଷିତ କରିବା ପାଇଁ ପ୍ରୟାସ କରିଛି । ଲୋକମାନଙ୍କୁ ଆମର ହସ୍ତତନ୍ତ ଉତ୍ପାଦଗୁଡିକୁ ଧାରଣ ଓ ସେଲିବ୍ରେଟ୍ କରିବା ପାଇଁ ପ୍ରେ।।ହିତ କରି ଏହି କାର୍ଯ୍ୟକ୍ରମ ବୁଣାକାରଙ୍କ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ଓ ଏହି ଶିଳ୍ପର ସ୍ଥାୟୀ ଅଭିବୃଦ୍ଧିକୁ ପ୍ରେ।।ହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହା ଏକ ଆତ୍ମନିର୍ଭରଶୀଳ ଓ ସାଂସ୍କୃତିକ ଭାବେ ସମୃଦ୍ଧ ଓଡିଶାର ଲକ୍ଷ୍ୟ ସହିତ ଜଡିତ ହୋଇଛି । ସ୍ୱାଭିମାନି ଓଡିଆ ୱମେନ୍‌ସ ୱାର୍ଲ୍ଡ ଓଡିଆ ସଂସ୍କୃତି, ପରମ୍ପରା, ଖାଦ୍ୟ, ପ୍ରତିଭାର ପ୍ରଦର୍ଶନ, ଘରୋଇ ଉଦ୍ୟୋଗୀଙ୍କୁ ସୁଯୋଗ ପ୍ରଦାନ କରିବା, ଅନ୍ତର୍ନିହିତ ଭାବନାକୁ ପ୍ରକାଶ କରିବାରେ ସାହାଯ୍ୟ କରିବା, ଅଭାବୀ ଲୋକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିବା ଓ କିଛି ଆନନ୍ଦମୟ ମୁହୂର୍ତ ବାଂଟିବା କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରୁଛି ।