ମା! ମୁଁ ପୁଣି ଥରେ
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ
ମୁଁ ଦୁନିଆର ସମସ୍ତ ଚିନ୍ତା ତ୍ୟାଗ କରି,
ତୋର କୋଳରେ ଶୋଇବାକୁ ଚାହେଁ...
ଜ୍ଞାନର ପଙ୍କରେ ମୁଁ ଫସିଯାଇଛି
ମୁଁ ପୁଣି ଥରେ ନିଜ ବାଲ୍ୟକାଳ କୁ
ଫେରି ଯିବାକୁ ଚାହେଁ
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ।
ତୋର ପଣତକାନି ସବୁଠୁ ସୁରକ୍ଷିତ,
ମୁଁ ଦୁନିଆରୁ ଦୂର ତୋର ପଣଦକାନିରେ
ଲୁଚିଯିବାକୁ ଚାହେଁ,
ସଂସାରରୁ ପ୍ରାପ୍ତ ଅଭିଜ୍ଞତାରୁ ବାହାରି ମୁଁ,
ତୋ ପାଖେ କୌତୁହଳ ପ୍ରକାଶ କରିବାକୁ ଚାହେଁ,
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ।
ମୁଁ ତୋ ହାତରୁ ଖାଇବାକୁ ଚାହେଁ,
ତୁ ମୋ ପିଠି ଥାପୁଡ଼ାଇ ଦେବୁ ଏବଂ ମୁଁ
ତୋ କାନ୍ଧରେ ଶୋଇବାକୁ ଚାହେଁ,
ମା, ମୁଁ ବଦମାସୀ କରିବି
କେବଳ ତୋଠୁ ଗାଳି ଶୁଣିବାକୁ ଚାହେଁ,
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ।
ମୁଁ ତୋର ଆଙ୍ଗୁଠି ଧରି ଚାଲିବାକୁ ଚାହେଁ,
ବେସୁରା ଗୀତ ଗାଇବାକୁ ଚାହେଁ
ବିନା ତାଳରେ ନାଚିବାକୁ ଚାହେଁ,
ମୋର ସେହି ଖେଳନା ସହିତ
ପୁନର୍ବାର ଖେଳିବାକୁ ଚାହେଁ,
ମା, ମୁଁ ତୋର ମଧୁର ସମସ୍ୟା ହୋଇ
ତତେ ଅସୁବିଧାରେ ପକାଇବାକୁ ଚାହେଁ,
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ।
ହୃଦୟ ଖୋଲି ଅଳ୍ପ ହସିବାକୁ ଚାହେଁ,
ମୁଁ ପୁନର୍ବାର ଖୁସିରେ ବଞ୍ଚିବାକୁ ଚାହେଁ,
ପୁଣି ଛୋଟ ଭୁଲ କରିବାକୁ ଚାହେଁ,
ତୋଠୁ ଗାଳିଗୁଲଜ ଖାଇ ମଧ୍ୟ
ଭୁଲର ପୁନରାବୃତ୍ତି କରିବାକୁ ଚାହେଁ,
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ।
ମୁଁ ଦାୟିତ୍ୱରୁ ଦୂରେଇ ଯାଉ ନାହିଁ,
କେବଳ କେଉଁଠି ହଜିଯାଇଛି,
ନିଜକୁ ଥରେ ଖୋଜିବାକୁ ଚାହେଁ,
ତୋ କୋଳରେ ଶୋଇବାକୁ ଚାହେଁ,
ମା! ମୁଁ ପୁଣି ଥରେ
ଶିଶୁ ହେବାକୁ ଚାହେଁ।
ସଞ୍ଜୟ ପଟ୍ଟନାୟକ
ସୁନ୍ଦରଗଡ