ସୋରିଷ ଫୁଲ
By: ବନ୍ଦନା ସାହୁ,ଯାଜପୁର
ସୋରିଷ ଫୁଲ ବିଷୟରେ ପ୍ରାୟ ଆପଣ ମାନେ ସମସ୍ତେ ଜାଣିଥିବେ , ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ।ଦେଖିବାକୁ ଏହା ଖୁବ୍ ସୁନ୍ଦର। ହଳଦିଆ ଗୁରୁ ଗୁରୁ ରଙ୍ଗରେ ସେ ସର୍ବଦା ହସୁଥାଏ ଏବଂ ମହକୁଥାଏ। ମହକିଵନି ବା କିପରି ମାତା ଲକ୍ଷ୍ମୀଙ୍କର ପରା ଅତି ପ୍ରିୟ ସେ। ମାଣବସା ଗୁରୁବାରରେ ଖୁବ୍ ଦରକାରୀ ସେ। ମାନ୍ୟତା ଅଛି ଯେ ସୋରିଷ ଫୁଲରେ ମାଆ ଲକ୍ଷ୍ମୀ ଅତି ପ୍ରସନ୍ନ ହୋଇଥାନ୍ତି। ଏହା ସାଧାରଣତଃ ମାର୍ଗଶିର ମାସରେ ବହୁ ମାତ୍ରାରେ ପରିଲକ୍ଷିତ ହୋଇଥାଏ। ତେବେ ଚାଲନ୍ତୁ ଆଜି ଏହି ଟିକି ସୁନ୍ଦର ଫୁଲ ବିଷୟରେ ଆମେ ଅନେକ କିଛି ଜାଣିବା।
ସବୁବେଳେ ହସୁଥିବା ମଣିଷଟି ଯେ ସତରେ ଭିତରୁ ଖୁସି ଥାଏ ଏକଥା ଭାବିବା ନିହାତି ଭୁଲ। ବେଳେ ବେଳେ ଅନ୍ୟକୁ ଦେଖାଇବା ପାଇଁ କିମ୍ବା ଅନ୍ୟର ଖୁସି ପାଇଁ ଆମକୁ ଉପରୁ ହସିବାକୁ ପଡ଼ିଥାଏ ,ଯାହାର ଜ୍ୱଳନ୍ତ ଉଦାହରଣ ଏହି ସୋରିଷ ଫୁଲର କ୍ଷେତ ଅଟେ। ସୋରିଷ ଫୁଲର କ୍ଷେତକୁ ଦୂରରୁ ଦେଖିଲେ ବହୁତ ସୁନ୍ଦର, ଘନ ଏବଂ ଗହଳ ଲାଗିଥାଏ।କିନ୍ତୁ ପାଖରୁ ଆସି ଛିଡ଼ା ହୋଇ ଦେଖିଲେ ଏହା ପ୍ରକୃତରେ ଘନ ଓ ଗହଳ ନ ଥାଏ।ସର୍ବଦା ହସୁଥିବା ଏହି ହଳଦିଆ ସୋରିଷ ଫୁଲର କ୍ଷେତ ବହୁତ ଗୁଡାଏ ସକରାତ୍ମକ ଉର୍ଜା ଭିତରେ ଭରି ହୋଇ ରହିଥାଏ ,ଯାହା ସମସ୍ତଙ୍କୁ ଖୁବ୍ ଆକର୍ଷିତ କରିଥାଏ।
ଚାଷ ଉପଯୋଗୀ ଋତୁ:
ଏହି ସୋରିଷ ଫୁଲ ସାଧାରଣତଃ ଶୀତ ଋତୁରେ ଅର୍ଥାତ୍ ଖାସ୍ କରି ମଧ୍ୟ ଜାନୁଆରୀରୁ ମଧ୍ୟ ଫେବୃଆରୀ ମାସରେ ବେଶୀ ଦେଖିବାକୁ ମିଳିଥାଏ। ପ୍ରଥମେ ତ ଏହାର ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ କରାଯାଉଥିଲା,କିନ୍ତୁ ବର୍ତ୍ତମାନ ସମୟରେ ଆମ ଚାଷୀ ଭାଇ ମାନେ ଗହମର କ୍ଷେତ ସାରିବା ପରେ ସେହି କ୍ଷେତରେ ନଭେମ୍ବର ମାସ ପରେ ପରେ ସୋରିଷର କ୍ଷେତ ବୁଣି ଦେଇଥାନ୍ତି,ଯାହା ଦ୍ଵାରା ଏହାର ଫୁଲ ଜାନୁଆରୀରୁ ଫେବୃଆରୀ ମାସରେ ବେଶୀ ଦେଖିବାକୁ ମିଳିଥାଏ। ଏହି ଫୁଲ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ।ମାର୍ଗଶିର ମାସରେ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଏହା ଅର୍ପଣ କରାଯାଇଥାଏ।
ଉତ୍ପାଦନ ପ୍ରଣାଳୀ:
ସୋରିଷ ଏକ ପ୍ରାଚୀନ ବୃକ୍ଷ ଅଟେ। ଯାହା ସମକାଳୀନ ବଗିଚା ନିମନ୍ତେ ଆକର୍ଷଣୀୟ ଅଟେ।ଏହାର ବୃକ୍ଷ ୬୦ ଦିନ ଭିତରେ ବଢ଼ିଥାଏ,ଫୁଲ ଫୁଟି ଥାଏ ଏବଂ ମଞ୍ଜି ଉତ୍ପାଦନ ମଧ୍ୟ କରିଥାଏ। ଏହାର ଶାଗ ଖାଇବା ଉପଯୋଗୀ ଅଟେ,ଏହାର ଫୁଲ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ।ଏବଂ ଯଦି ମଞ୍ଜିକୁ ବୃକ୍ଷ ନିମନ୍ତେ ପରୀପକ୍ଵ ହେବାକୁ ଦିଆଯାଏ ତେବେ ନିଜେ ଚାଷ କରିବେ ଏବଂ ସୋରିଷ ବନାଇବା ନିମନ୍ତେ ବହୁତ କିଛି ମଧ୍ୟ ପ୍ରଦାନ କରିପାରିବେ।
ବୈଜ୍ଞାନିକ ନାମ:
ସୋରିଷ କୃଷିଫେରି ଫୁଲର ଦ୍ଵିବୀଜ ପତ୍ରି ,ଏକବର୍ଶୀୟ ଶାଗ ଜାତୀୟ ବୃକ୍ଷ ଅଟେ।ଏହାର ବୈଜ୍ଞାନିକ ନାମ ବ୍ରେଶିକା କମ୍ପ୍ରେସଟିସ୍ ଅଟେ।ଏହି ବୃକ୍ଷର ଉଚ୍ଚତା ସାଧାରଣତଃ ୨ ଫୁଟରୁ ୩ ଫୁଟ୍ ଭିତରେ ହୋଇଥାଏ।ଏହାର ତଳ ପାର୍ଶ୍ଵରେ ବହୁତ୍ ଗୁଡାଏ ଶାଖା ପ୍ରଶାଖା ମଧ୍ୟ ଭରି ହୋଇ ରହିଥାଏ।
ରଙ୍ଗ:
ଏହାର ଫୁଲ ସାଧାରଣତଃ ହଳଦିଆ ରଙ୍ଗର ହୋଇଥାଏ,ଯାହାକି ଏହା ଶାଖାର ଉପରି ଭାଗରେ ରହିଥାଏ।ଫୁଲରେ ଓବ୍ରି ସୁପରୀୟର ,ଲମ୍ବା, ଚେପଟା ଏବଂ ଛୋଟ ବର୍ତ୍ତିକାବଳି ହୋଇଥାଏ।ସୋରିଷ ତେଲରେ ଚରପରହଟ୍ କାରଣରୁ ଆଇସୋଥାୟୋ ସାୟନେଟ୍ ରହିଥାଏ।ଏହାର ଫଳ ପାଚିବା ପରେ ଫାଟି ଯାଇଥାଏ,ଏବଂ ମଞ୍ଜି ଭୂମିରେ ଖସି ପଡ଼ିଥାଏ।
ଖାଦ୍ୟ ଉପଯୋଗି:
ସୋରିଷ ଫୁଲ ଏବଂ ଏହାର ଶାଗ ଉଭୟ ଖାଦ୍ୟ ଉପଯୋଗୀ ଅଟେ।ଏହାର ଫୁଲକୁ ସାଲାଡ଼ରେ ବ୍ୟବହାର କରାଯାଇଥାଏ ଏବଂ ଏହାର ଶାଗକୁ ଭାଜି ମଧ୍ୟ ଖାଇଥାନ୍ତି। ଏଥି ସହିତ ଏହାର ଅନ୍ୟାନ୍ୟ ରେସିପି ମଧ୍ୟ ବନା ଯାଇପାରିଥାଏ।ଏହାର ମଞ୍ଜିକୁ ମଧ୍ୟ ଭଲ ଭାବେ ଶୁଖାଯାଇ ତାକୁ ଗୁଣ୍ଡ କରି ପାଣିରେ ମିଶାଇ ସ୍ବସ୍ଥ ସାଲାଡ଼ ନିମନ୍ତେ ଅଙ୍କୁରିତ କରାଯାଇଥାଏ।
ଉପକାର:
ଏହା କିଡନୀ ପାଇଁ ମଧ୍ୟ ବେଶ୍ ଅନୁକଳ ଅଟେ।ଏହା କିଡନୀ ଅନୁକୁଳ ଏକ ଉତ୍କୃଷ୍ଟ ଏହାର ଅଟେ।ଏଥିରେ ସୋଡ଼ିଅମ୍ ର ମାତ୍ରା ଭରପୁର ହୋଇ ଭରି ହୋଇ ରହିଥାଏ।ଗୋଟିଏ ଚାମଚ୍ ହଳଦିଆ ସୋରିସରେ କେବଳ ୨୫ ରୁ ୬୫ ମିଲିଗ୍ରାମ୍ ସୋଡ଼ିଅମ୍ ରହିଥାଏ।
ଏହି ଶାଗ ରେ ରହିଥାଏ ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତି।ଏହି ସୋରିଷ ର ଶାଗ ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।କାରଣ ସୋରିଷ ର ସାଗରେ ଭିଟାମିନ C ,flavonoids ଏବଂ Beta-carotene ର ମାତ୍ରା ଉଚ୍ଚ ମାତ୍ରାରେ ରହିଥାଏ,ଯାହା ହୃଦ୍ ଘାତ ରୋଗ ରୁ ରକ୍ଷା ଦେଇଥାଏ।ସୋରିଷର ସାଗରେ ଏପରି କମ୍ପାଉଣ୍ଡ ରହିଥାଏ ଯାହା ପାଚନ ତନ୍ତ୍ରରେ ପିତ୍ତା ଅମ୍ଳ ଯାହା ବାଇଲ ଏସିଡ କୁ ବାନ୍ଧିବା ରେ ସାହାଯ୍ୟ କରିଥାଏ।ଏହା ମଧ୍ୟ Cholesterol ର ସ୍ତରକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି ଶାଗ ସ୍ବାସ୍ଥ୍ୟ ନିମନ୍ତେ ବେଶ୍ ହିତକାରୀ ହୋଇଥାଏ।କାରଣ ଏହା ପାଚନ ତନ୍ତ୍ର କୁ ମଜବୁତ୍ କରିଥାଏ,ଆଖି ନିମନ୍ତେ ମଧ୍ୟ ବେଶ୍ ହିତକାରୀ ହୋଇଥାଏ,ହାଡ଼ କୁ ମଜ ବୁତ୍ କରିଥାଏ,ବ୍ୟକ୍ତିର ଓଜନ ହ୍ରାସ କରାଇଥାଏ,ହୃଦ୍ ଘାତ,ଡାଇବେଟିସ ନିମନ୍ତେ ମଧ୍ୟ ବହୁତ୍ ଲାଭ ଦାୟକ ହୋଇଥାଏ।ସେଥିଲାଗି ସମସ୍ତେ କିଛି ମାତ୍ରାରେ ଏହି ଶାଗର ପ୍ରୟୋଗ ନିଜ ଖାଦ୍ୟରେ କରିବା ଉଚିତ୍।
ପ୍ରକାର:
ଏହା ସାଧାରଣତଃ ଦୁଇ ପ୍ରକାରର ଦେଖିବାକୁ ମିଳିଥାଏ, ହଳଦିଆ ସୋରିଷ ଏବଂ କଳା ସୋରିଷ।କଳା ସୋରିଷ କୁ ଆମେ ରାଇ କହୁଥିବା ବେଳେ ,ହଳଦିଆ ସୋରିଷ କୁ ଆମେ ସାଧାରଣତଃ ମଞ୍ଜି ବା ବୀଜ କହିଥାଉ।କଳା ସୋରିଷକୁ ଆମେ ସାଧାରଣତଃ ଆମର ସମସ୍ତ ପ୍ରକାରର ଶାକାହାରୀ ଭୋଜନରେ ତଡ଼କା ଲଗାଇବା ନିମନ୍ତେ ଏବଂ ମସଲାରେ ମଧ୍ୟ ବ୍ୟବହାର କରିଥାଉ,ଏବଂ ହଳଦିଆ ସୋରିଷ କୁ ଆମେ ବିଭିନ୍ନ ପୂଜା,ପାଠ,ଖାଦ୍ୟରେ ମଧ୍ୟ ଏବଂ ତେଲ ଭାବେ ବ୍ୟବହାର କରିଥାଉ।
ଔଷଧୀୟ ଗୁଣ:
ସୋରିଷ ବୃକ୍ଷର ହଳଦିଆ ରଙ୍ଗର ଫୁଲରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣମାନ ଭରି ହୋଇ ରହିଥାଏ।ଯେପରି କି ଏହା ପ୍ରଥମେ ତ Antibacterial ର କାମ କରିଥାଏ ଏବଂ infection କୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ।ଅପର ପକ୍ଷରେ ଏହାର Anti-implemety ଗୁଣର ସୃଜନକୁ ମଧ୍ୟ କମ୍ କରିବାରେ ଉପକାରୀ ଅଟେ। ଏହା ବ୍ୟତୀତ ମଧ୍ୟ ଏହା Antiseptic ମଧ୍ୟ ଅଟେ ଏବଂ ଏକ Detoxifying agent ପରି ମଧ୍ୟ କାମ କରିଥାଏ।
ତ୍ଵଚାରେ ବ୍ୟବହାର:
ସୋରିଷ ଫୁଲ ତ୍ଵଚା ପାଇଁ ବେଶ୍ ଲାଭଦୟୀ ଅଟେ।ଏହାକୁ ଆପଣ ନିଜ ତ୍ୱଚାରୁ ଇଁଫେକ୍ସନ (infection) କୁ ଦୂର କରିବା ନିମନ୍ତେ ଫେସ୍ ପ୍ୟାକ୍ ରୂପେ ମଧ୍ୟ ବ୍ୟବହାର କରିପାରିବେ। ଏବଂ ଏହାକୁ ବାଟି ବେସନ ଓ ଗୋଲାପ ଜଳରେ ମିଶାଇ ନିଜ ତ୍ୱଚାରେ ଲଗାଇ ନିଜ ତ୍ଵଚାର ଯତ୍ନ ମଧ୍ୟ ନେଇ ପାରିବେ।ଏହା ଦ୍ବାରା ତ୍ବଚାରେ ଟେନିଙ୍ଗ, ୟୁରିଆଁ କୁ କମ୍ ହୋଇଥାଏ ଏବଂ ତ୍ଵଚାର ରଙ୍ଗ ସମାନ ରହିବା ସହିତ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଦିଶିଥାଏ।ଯେହେତୁ ଏଥିରେ ଔଷଧୀୟ ଗୁଣ ରହିଥାଏ ଏହା ତ୍ଵଚାରୁ ସମସ୍ତ ପ୍ରକାରର ମଇଳା ସଫା କରିବାରେ ସାହଯ୍ୟକରି ହୋଇଥାଏ।
ନକାରାତ୍ମକ ପ୍ରଭାବ :
ସୋରିଷ ଫୁଲର ଅନେକ ଗୁଡ଼ିଏ ନକାରାତ୍ମକ ପ୍ରଭାବ ମଧ୍ୟ ରହିଅଛି। ବିଶେଷ କରି ଏହାର ପ୍ରଭାବ କ୍ଷେତ ଉପରେ ଅଧିକ ରହିଥାଏ। ଯେପରି ଶ୍ଵେତ ରତୁଆ ରୋଗ, ଯାହାକି ଅବ୍ଲୁଗୋ ଫେଣ୍ଡିଡା କାରଣରୁ ହୋଇଥାଏ।ଏହି ରୋଗ ଅଧିକ ମାତ୍ରାରେ ଗଛର ପତ୍ରକୁ ପ୍ରଭାବିତ କରିଥାଏ,ଯାହା ଦ୍ଵାରା ଉତ୍ପାଦନର ଅଭାବ ହୋଇଥାଏ। ଏହା ସହିତ ଏହାର ମଞ୍ଜିକୁ ଅଧିକ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଉପୂଜିଥାଏ,ଯେପରି ପେଟ ଫୁଲିବା, ଏସିଡିଟି, ମୁଣ୍ଡ ବୁଲାଇବା,ବାନ୍ତି,ତ୍ୱାଚାରେ ଏଲର୍ଜି, ହୃଦ୍ ରୋଗ ଇତ୍ୟାଦି।
ଭିଟାମିନ :
ଏହି ଫୁଲର ବ୍ୟବହାର ସାଧାରଣତଃ ପୂଜା,ପାଠ ଏବଂ ସାଜସଜା ନିମନ୍ତେ ବ୍ୟବହାର କରାଯାଇଥାଏ। କିନ୍ତୁ କ'ଣ ଆପଣମାନେ ଜାଣନ୍ତି କି,ଏହି ଫୁଲ ଭିତରେ carotinaind ,flavonoids, and flavonoils ପର୍ଯ୍ୟାପ୍ତ ମାତ୍ରାରେ ଦେଖିବାକୁ ମିଳିଥାଏ।ଏହା ବ୍ୟତୀତ ଫୁଲ ଭିତରେ protin,carotene,ତେଲ, ଭିଟାମିନ ଏବଂ ସକରାଇଡସ ପରି ପୋଷକ ତତ୍ତ୍ଵ ମାନ ମଧ୍ୟ ସାମିଲ ରହିଥାଏ।
କଣ କହେ ଆମ ଜ୍ୟୋତିଷ ଶାସ୍ତ୍ର:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହଳଦିଆ ସୋରିଷର ଅନେକ ଗୁଡ଼ିଏ ମହତ୍ତ୍ଵ ରହିଅଛି,ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ବହୁତ୍ ପ୍ରଭାବଶାଳୀ ଭାବେ ବିବେଚିତ କରାଯାଇଥାଏ। ହଳଦିଆ ସୋରିଷ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ।ଯଦି ଆପଣଙ୍କୁ ଅନୁଭବ ହୁଏ କି ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ରହିଛି,ତେବେ ଆପଣ ଯଦି ଆପଣଙ୍କ ଘରେ, ପୂଜା ସ୍ଥଳରେ ହଳଦିଆ ସୋରିଷର ଦାନାକୁ ଛିଞ୍ଚିଥାନ୍ତି ,ତେବେ ଘରୁ ସମସ୍ତ ପ୍ରକାରର ନକାରାତ୍ମକ ଊର୍ଜା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଇଥାଏ।ଏହାର ପ୍ରୟୋଗରେ ମଧ୍ୟ ବ୍ୟକ୍ତିର ଆର୍ଥିକ ସଙ୍କଟ ଦୂର ହୋଇଥାଏ ଏବଂ ଆସୁଥିବା ସମସ୍ତ ବାଧା ବିଘ୍ନ ରୁ ମଧ୍ୟ ମୁକ୍ତି ମିଳିଥାଏ। ହଳଦିଆ ସୋରିଷ ର କିଛି ଦାନା କୁ କର୍ପୁର ସହ ମିଶାଇ ଚାନ୍ଦି କିମ୍ବା ଷ୍ଟିଲ୍ କଟୋରିରେ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ମିଳିବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ବ୍ୟବହାର:
ସାଧାରଣତଃ ସୋରିଷ ମଞ୍ଜି,ପତ୍ର,ଫୁଲ,ଚେର ଏ ସବୁ ଖାଦ୍ୟ ଉପଯୋଗୀ ଅଟେ ଏବଂ ଯଦିଓ ଟେବୁଲ୍ ମସଲା ସୋରିଷ ବାସ୍ତବରେ ସୋରିଷର ମଞ୍ଜିରୁ ଆସିଥାଏ ଏବଂ ସୁରକ୍ଷିତ ମଧ୍ୟ ହୋଇଥାଏ,କିନ୍ତୁ ତଥାପି ବେଳେ ବେଳେ ଏହାର ସାଇଡ ଇଫେକ୍ଟ୍ ମଧ୍ୟ ବହୁ ସମୟରେ ଆମକୁ ଦେଖିବାକୁ ମିଳିଥାଏ।ସୋରିଷରେ ରହିଥିବା ଡାଇଟରୀ ଫାଇବର୍ ପାଚନ ପ୍ରକ୍ରିୟା କୁ ଦୂର କରିଥାଏ। ଏହାର ଅତ୍ୟଧିକ ମାତ୍ରାରେ ସେବନ ଦ୍ଵାରା କ୍ୟାଲୋରୀ ର ମାତ୍ରା କମ୍ ହୋଇଥାଏ ଏବଂ ଖାଦ୍ୟ ପାଚନ ହେବାରେ ବିଳମ୍ୱ ହେବା ସହ ଶରୀରରେ ମେଟାପୋଲିଜିମ୍ ବୃଦ୍ଧି ହୋଇ ପେଟରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ।ଅନ୍ୟଥା ଏହା ଖାଦ୍ୟ ଉପଯୋଗୀ ଅଟେ।
ସାର କଥା:
ତେବେ ଆମେ ମୋଟା ମୋଟି ଭାବେ ଯଦି ଦେଖିବା ସୋରିଷ ଫୁଲର କ୍ଷେତ ଦେଖିବାକୁ ଯେପରି ସୁନ୍ଦର ଏହାର ଉପଯୋଗୀତା ମଧ୍ୟ ବେଶ୍ ଲାଭଦାୟୀ ଅଟେ।ସୋରିଷକୁ ନିଜ ବଗିଚାରେ ମଧ୍ୟ ବୁଣିଦେଲେ ଏହା ବୃକ୍ଷ ହୋଇ ବେଶ୍ ଉପକାରୀ ହୋଇଥାଏ।ସୂକ୍ଷ୍ମ ଗାଲିଚାରେ ସବୁଜ ରଙ୍ଗର ଏହି ଛୋଟିଆ ବୃକ୍ଷ ନିଜର ହଳଦିଆ ରଙ୍ଗର ମଖମଲି ଫୁଲରେ ସମାହିତ ହୋଇ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ ଏବଂ ଆମର ଅନେକ ଗୁଡ଼ିଏ ଉପକାର ମଧ୍ୟ କରିଥାଏ।
*******************
(ଶିବାଙ୍ଗି ଧାରା)
ବନ୍ଦନା ସାହୁ,ଯାଜପୁର
୭୨୦୫୫୫୦୭୧୩