ଖୋଲିଲା ଶ୍ରୀମନ୍ଦିରର ୪ ଦ୍ବାର

ପୁରୀ: ଖୋଲିଲା ପୁରୀ ଶ୍ରୀମନ୍ଦିରର ୪ ଦ୍ବାର। ମଙ୍ଗଳ ଆଳତି ସମୟରେ ଖୋଲିଲା ୪ ଦ୍ବାର। ଶ୍ରୀମନ୍ଦିରର ସମସ୍ତ ଦ୍ବାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୪ ଦ୍ବାର ଖୋଲିବା ନେଇ ଘୋଷଣା କରିଥିଲେ ମୋହନ ମାଝୀ। ଆଜି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂତନ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।