ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ଉଚ୍ଚ ନ୍ୟାୟାଳୟ। ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିପାରିବେ। ମେ ୨୫ ଦିନ ସେ ଖୋର୍ଦ୍ଧା ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନମ୍ବର ମତଦାନ କେନ୍ଦ୍ରରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ ପ୍ରଶାନ୍ତ। ପରେ ମେ ୨୯ ରେ ତାଙ୍କୁ ୩ ଦିନ ପାଇଁ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ଆନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ଜନିତ ସମସ୍ୟା ଯୋଗୁଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।