ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ: ଆମ୍ବଟାକୁଆ ଓ ଅତ୍ଯଧିକ ବାସି ଭାତ ଖାଇଥିଲେ
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ ନେଇ ଆସିଲା ରିପୋର୍ଟ। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଆମ୍ବଟାକୁଆ ଓ ଅତ୍ଯଧିକ ବାସି ଭାତ ଖାଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ରଖାଯାଇଥିଲା ଖାଦ୍ୟ। ସେଥିପାଇଁ ଖାଦ୍ୟ ବିଷାକ୍ତ ହୋଇଯାଇଥିଲା। ଖାଇବା ପରେ ଝାଡ଼ା, ବାନ୍ତି ଓ ପେଟବ୍ୟଥା ହୋଇଥିଲା । ମୃତ୍ୟୁ ପଛରେ ଏହା କାରଣ ହୋଇଥାଇପାରେ।