ବାଲିଯାତ୍ରାରେ ରାସ୍ତା କଡ଼ ଓ ଫୁଟପାଥ ଉପରେ ବସିବେନି ବ୍ୟବସାୟୀ: ଓଡ଼ିଶା ହାଇକୋର୍ଟ

କଟକ: ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ କଟକ ବାଲିଯାତ୍ରା ପାଇଁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ। ବାଲିଯାତ୍ରାରେ ରାସ୍ତା କଡ଼ ଓ ଫୁଟପାଥ ଉପରେ ବସିବେନି ବ୍ୟବସାୟୀ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ।