ବିକଶିତ ଗାଁ ବିକଶିତ ଓଡ଼ିଶାକୁ କ୍ୟାବିନେଟ୍ ମଞ୍ଜୁରୀ

Jan 23, 2025 - 00:18
 4
ବିକଶିତ ଗାଁ ବିକଶିତ ଓଡ଼ିଶାକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ର ବୈଠକରେ ବିକଶିତ ଗାଁ, ବିକଶିତ ଓଡ଼ିଶାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରଥମ ବର୍ଷ ବଜେଟ୍‌ରେ ୧ ହଜାର କୋଟି ଟଙ୍କା ଥିଲା। ପରବର୍ତ୍ତୀ ବର୍ଷମାନଙ୍କରେ ଆବଶ୍ୟକତା ଦେଖି ବ୍ୟୟ ବରାଦ ବଢ଼ିବ। ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟ ସେବା ସଂଶୋଧିତ ହୋଇଛି। ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟ ସେବା-୨୦୧୭ ଆଇନ ସଂଶୋଧନକୁ ମଞ୍ଜୁରୀ ମିଳିଛି। ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ। ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ। ୬୭୯୪ ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ। ପ୍ରତି ବିଦ୍ୟାଳୟ ପିଛା ୪-୫କୋଟି ଖର୍ଚ୍ଚ ହେବ। ୪ ବର୍ଷରେ ଶେଷ ହେବ ଆଦର୍ଶ ବିଦ୍ୟାଳୟ କାମ। ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ଓ ସମୟବଦ୍ଧ ପ୍ରଣାଳୀ ସୃଷ୍ଟି ଲକ୍ଷ୍ୟ