୧୧ ମିଲରଙ୍କୁ ସୋ କଜ୍ ନୋଟିସ୍
ଭୁବନେଶ୍ୱର: ଗଞ୍ଜାମରେ ୧୧ ମିଲରଙ୍କୁ ଜିଲ୍ଲା ପ୍ରଶାସନର ସୋ' କଜ୍ ନୋଟିସ୍ ଜାରି କରିଛନ୍ତି। ଗଞ୍ଜାମ ବ୍ଲକର ୪, ଛତ୍ରପୁରର ୪, ପୁରୁଷୋତ୍ତମପୁରର ୩ ମିଲରଙ୍କୁ ନୋଟିସ୍ ଦିଆଯାଇଛି। ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ଓ ଅବହେଳା ଅଭିଯୋଗରେ ନୋଟିସ୍ ହୋଇଛି। ତୁରନ୍ତ ଧାନ ଉଠାଇବାକୁ ତାଗିଦ୍ କରାଯାଇଛି। ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।