ଦ୍ଵାରଶୁଣି ଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦ୍ଵାରଶୁଣି ଘାଟିରେ ରାସ୍ତା କଡ଼କୁ ଓଲଟିଲା ଟ୍ରକ୍। ଟ୍ରକ୍ ରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନ ପୂର୍ବରୁ ଦ୍ଵାରଶୁଣି ଘାଟିରେ ଏକ ଯାତ୍ରା ପାର୍ଟି ଟ୍ରକ୍ ଓଲଟି ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବର୍ଷକରେ ୫୦ ରୁ ଅଧିକ ଦୁର୍ଘଟଣା ଘଟି ୩୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି।