ଓଡ଼ିଶାର ୮ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା

Mar 12, 2025 - 21:10
 94

ଭୁବନେଶ୍ୱର: ଓଡ଼ିଶାର ୮ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ୩ ଦିନ ଧରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ୮ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କଲା ପାଣିପାଗ ବିଭାଗ। ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ ସତର୍କତା ଜାରି କରାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।