ମାର୍ଚ୍ଚ ୨୪ ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ଵର: ମାର୍ଚ୍ଚ ୨୪ ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ପ୍ରଥମ ଦିନ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ମୁର୍ମୁ। ଆସନ୍ତା ୨୫ ତାରିଖରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି।