ଅବସରପ୍ରାପ୍ତ ଆଇ. ଏ . ଏସ. ଅଧିକାରୀ ଏସ. ନନ୍ଦ ଙ୍କ ଦେହାନ୍ତ

Jul 29, 2024 - 22:56
 8
ଅବସରପ୍ରାପ୍ତ ଆଇ. ଏ . ଏସ. ଅଧିକାରୀ ଏସ. ନନ୍ଦ ଙ୍କ ଦେହାନ୍ତ

ଭୁବନେଶ୍ଵର: ଗୁଜରାଟ କାଡ଼ର୍ ଆଇ. ଏ .ଏସ ଅବସରପ୍ରାପ୍ତ ଅଧିକାରୀ ଡାକ୍ତର ଏସ. କେ. ନନ୍ଦ ଙ୍କ ସ୍ଵର୍ଗାରୋହଣ ତା ୨୬.୦୭.୨୪ ଦିନ ଆମେରିକାରେ ତାଙ୍କ ଝିଅଙ୍କ ଘରେ ହୋଇଛି। ସେ କାର୍ଡିଆକ ଆଟାକ ରେ ମୃତ୍ୟୁବରଣ କରିଛନ୍ତି। ସେ ଜଣେ ଓଡ଼ିଆ ଉଚ୍ଚ ପଦବୀ ଧାରି ଗୁଜରାଟ ର ବିଭିନ୍ନ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ତୁଲାଇ ସରକାର ଓ ଲୋକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରିଥିଲେ। ସେ ଜଣେ ସିଦ୍ଧାନ୍ତ ବାଦି ଲୋକ ଭାବରେ ସମାଜରେ ପରିଗଣିତ। ସରକାର ଦେଇଥିବା ଦାୟିତ୍ଵ କୁ ସଫଳତା ପୂର୍ବକ ସେ ଲିଭାଇଥିଲେ। ଗୁଜରାଟକୁ କର୍ମ ଭୂମିଭୂମି ଭାବେ ଆଦରି ଥିଲେ ବି ଜନ୍ମ ମାଟି ସହିତ ତାଙ୍କର ନିବିଡ଼ ସମ୍ପର୍କ ସୂତ୍ର ଥିଲା। ଶ୍ରୀ ଜଗନ୍ନାଥ ଓ ତାଙ୍କର ଚଳନି ଙ୍କୁ ଗୁଜରାଟ ମାଟିରେ ପ୍ରଚାର କରି ବେଶ ସୁନାମ ଅର୍ଜନ କରିଥିଲେ।ଗୁଜରାଟ ବିଭିନ୍ନ ସହରରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ତାଙ୍କର ଅବଦାନ ଅବର୍ଣ୍ଣନୀୟ। ଅଡାଲଜ୍ ଅହମଦାବାଦ ରେ ଥିବା ସୁନ୍ଦର ବିଶାଳ ମନ୍ଦିର ର ପ୍ରତିଷ୍ଠା ଓ ପରିଚାଳନା ମୁଖ୍ୟ ଭାବରେ ସେ କାର୍ଯ୍ୟ ଭାର ତୁଲାଇ ଆସୁଥିଲେ। ତାଙ୍କର ସାଥିରେ ରହି ସୁନ୍ଦର ଭାବେ ପରିଚାଳନା କରିବା ପାଇଁ ସାହାଯ୍ୟ କରୁଥିଲେ ବହୁତ ସୁନ୍ଦର ବ୍ୟକ୍ତିତ୍ଵ। ସେ ଜଣେ ସୁନ୍ଦର କାର୍ଯ୍ୟବାହି ପଦବୀ ଧାରି ସହ ଏକ ସମାଜ ସେବକ ମଧ୍ୟ ଥିଲେ। ତାଙ୍କର ଏ ବିୟୋଗରେ ଗୁଜରାଟ ର ଅହମଦାବାଦ, ବରୋଦା, ଭରୁଚ, ଅଙ୍କଲେଶ୍ୱର୍,ଗାନ୍ଧୀନଗର, ଗାନ୍ଧୀଧାମ ଆଦି ସମସ୍ତ ସହରରେ ଶୋକ ର ଲହରୀ ଖେଳି ଯାଇଛି। ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ପବିତ୍ର ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି ଗୁଜରାଟ ର ପ୍ରବାସୀ ଓଡ଼ିଆ ଓ ଗୁଜରାଟ ଲୋକମାନଙ୍କର ବିନମ୍ର ପ୍ରାର୍ଥନା। ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ଶୋକ ସନ୍ତପ ପରିବାରକୁ ମଧ୍ୟ ସାହାସ ପ୍ରଧାନ କରନ୍ତୁ ବୋଲି ପ୍ରାର୍ଥନା। ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା ଦ୍ଵାରା ଗୋଲ୍ଡେନ ଡ୍ରିମ୍ ପ୍ରୋଜେକ୍ଟ ର ଜଣେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ବୋଲି ଆମ ଅନୁରୋଧ କୁ ସମ୍ମାନ ଦେଇ ପ୍ରତିଶ୍ରୁତି ଦେଇଥିଲେ। ଉତ୍କଳିକା ବରୋଦା ପାଇଁ ମଧ୍ୟ ଏହା ଏକ ଅପୂରଣୀୟ କ୍ଷତି।