ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୬ ଅଧିକାରୀ ନିଯୁକ୍ତ

Jul 29, 2024 - 13:27
 11

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଲେ ୬ ଜଣ ଅଧିକାରୀ । ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ଦାୟିତ୍ଵ ବାଣ୍ଟିଲେ ରାଜ୍ୟ ସରକାର। ଆଏ ଏ ସ୍ ଅଧିକାରୀ ନିକୁଞ୍ଜ ଧଳଙ୍କୁ ଦିଆଯାଇଛି ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ୱପୂ୍ଣ୍ଣ ବିଭାଗ। ଅରିନ୍ଦମ ଦକୁଆଙ୍କୁ ଦିଆଗଲା ପଞ୍ଚାୟତି ରାଜ, ଜଳ ସମ୍ପଦ ଓ ପୂର୍ତ୍ତ ବିଭାଗ ଦାୟିତ୍ଵ। ଅନୁପମ ଶାହାଙ୍କୁ ରାଜସ୍ବ, ସୂଚନା ଓ ଲୋକସମ୍ପର୍କ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ଵ ଦିଆଯାଇଥିବା ବେଳେ ଓଏ ଏ ସ୍ ଅଧିକାରୀ ପ୍ରସନ୍ନ ଷଡଙ୍ଗୀ ପାଇଲେ ଗୃହ, ଗ୍ରାମ ଉନ୍ନୟନ ଓ ଅବକାରୀ ବିଭାଗ। ଓ ଏ ଏସ୍ ଅଧିକାରୀ ଚିତ୍ରସେନ ରାଉତଙ୍କୁ ଦିଆଗଲା କୃଷି, ସମବାୟ, ଖାଦ୍ୟ ଯୋଗାଣ ବିଭାଗ। ଓ ଏଫ୍ ଏସ୍ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ଦାୟିତ୍ଵ।