ବଲାଙ୍ଗୀରରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍ ବୁବେଲ ଗାଁରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରମେଶ ଭୋଇ। ଗତକାଲି ବିଲାରେ ବିଷ ପିଇ ଦେଇଥିଲେ ରମେଶ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୀମଭୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଚାଷ କରିଥିବା ୧୦ ଏକରରୁ ୫ ଏକର ଜମିରେ ଚକଡା଼ ପୋକ ମାଡ଼ି ଯାଇଥିଲା। ଦୁଃଖରେ ଭଣ୍ଡିପଡ଼ି ବିଷ ପିଇଦେଇଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।