ଆମ ହସ୍ପିଟାଲ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୪୯ଟି ହସ୍ପିଟାଲ୍ ସାମିଲ୍

Nov 15, 2023 - 11:29
 16

ଭୁବନେଶ୍ୱର: ଆମ ହସ୍ପିଟାଲ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସାମିଲ୍ ହେଲେ ୧୪୯ଟି ହସ୍ପିଟାଲ୍। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିବା ଅନୁଯାୟୀ ଆମ ହସ୍ପିଟାଲ୍ ରେ ସବୁ ହସ୍ପିଟାଲ୍ ରେ ଉତ୍ତମ ମାନର ରୋଗୀ ସେବା ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଜିଲ୍ଲା ଓ ମେଡିକାଲ୍ କଲେଜ ଭିତ୍ତିଭୂମିର ନବୀକରଣ ହେବ। ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ବି ମିଳିବ ଆନୁଷଙ୍ଗିକ ସୁବିଧା। ରୋଗୀ ଓ ସମ୍ପର୍କୀୟଙ୍କ ମନୋରଞ୍ଜନ ପାଇଁ ଏଲଇଡି ସ୍କ୍ରିନ୍ ଲାଗିବ। ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ରୋଗୀ ହସ୍ପିଟାଲ୍ ରୁ ସୁସ୍ଥ ଓ ସନ୍ତୁଷ୍ଟ ହୋଇ ଫେରିବା ମୂଲ ଲକ୍ଷ୍ୟ ବୋଲି ମିଶ୍ର ସୂଚନା ଦେଇଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟ୍ ଏହି ଯୋଜନା ବିଷୟରେ ଘୋଷଣା କରିଥିଲେ।