SR INSTITUTE OF SCIENCE ଆନୁକୂଲ୍ୟରେ ଅନୁଷ୍ଠିତ '' SR TALENT HUNT '' ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ବିତରଣ ଉତ୍ସବ ।
ଭୁବନେଶ୍ଵର : ବିଜେବି ନଗର ସ୍ଥିତ ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆନୁକୂଲ୍ୟରେ '' SR TALENT HUNT '' ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଗତ ତା ୦୫। ୦୧ । ୨୦୨୫ ରିଖ ରବିବାର ଦିନ ଅନୁଷ୍ଠାନର ନିର୍ଦେଶକ ତଥା ବିଜେବି ଜୁନିଅର କଲେଜ ର ପୂର୍ବତନ ଗଣିତ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟଜିତ ରାୟଙ୍କ ଅଧକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଇଂରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ମିଶ୍ର ଓ ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଶଳେନ୍ଦ୍ର ପରିଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତାଙ୍କ ମଧ୍ୟରୁ ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ , ସାଈଶ୍ଵରୀ ମହାପାତ୍ର , ଦିପ୍ତିମୟୀ ଧଳ ଯଥାକ୍ରମେ ପ୍ରଥମ , ଦ୍ଵିତୀୟ , ତୃତୀୟ ସ୍ଥାନ ଅଳଙ୍କୃତ ହୋଇ ମାନପତ୍ର ସହିତ ପ୍ରୋତ୍ସାହନ ରାଶି ୫୦୦୦ ଟ , ୨୦୦୦ ଟ , ୧୦୦୦ ଟ ଗ୍ରହଣ କରିଛନ୍ତି । ଏହା ସହିତ ଅନ୍ୟ ୧୫ ଜଣ ପ୍ରତିଯୋଗୀ ମେରିଟ ଆଧାରରେ ସାନ୍ତ୍ଵନା ମୂଳକ ପୁରସ୍କାର ୫୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ସଭାକୁ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଅର୍ପିତା ପଟ୍ଟନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ତାଙ୍କୁ ଅନୁଷ୍ଠାନର ସମ୍ପାଦକ ବିଶ୍ବଜିତ ରାୟ ଏବଂ ଅନୁଷ୍ଠାନର କର୍ମକର୍ତା ଅଜୟ ଜେନା ସହିତ +୨ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେବି ନଗର , ଭୁବନେଶ୍ଵର ସ୍ଥିତ ''ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ'' ଯୁକ୍ତ ୨ ବିଜ୍ଞାନ (ଏକାଦଶ ଓ ଦ୍ଵାଦଶ) ସହିତ ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ କୋଚିଂ ସେବା କ୍ଷେତ୍ରରେ ନିଜର ନିଷ୍କର୍ଷତା ପ୍ରତିପାଦନ କରିଆସିଅଛି ।