ଓଡ଼ିଶାରେ ଜାରି ରହିଛି ଶୀତର ପ୍ରକୋପ

Dec 14, 2024 - 21:36
 9

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ଶୀତର ପ୍ରକୋପ। କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ରାତି ତାପମାତ୍ରା ୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳର ବିଭିନ୍ନ ଅଞ୍ଚଳର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରାମତିର୍ଥ, ଚହଲା, ଗୁଡ଼ିଗୁଡ଼ିଆ, ବାରେହିପାଣି ଓ ଉପର ବାର୍ହାକାମୁଡ଼ା ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି।