ମେଟ୍ରୋ ରେଳ ପ୍ରକଳ୍ପକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର: କଟକ - ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍ ୧ ଡିପିଆର୍ କୁ ମିଳିଛି ମଞ୍ଜୁରୀ। ଭୁବନେଶ୍ୱର ବିମାନ ବନ୍ଦର ରୁ ତ୍ରିଶୁଲିଆ ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା। ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରହିଛି। ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ରହିବ ୨୦ ଷ୍ଟେସନ୍। ସେହିପରି ଋଷିକୁଲ୍ୟା ନଦୀରେ ବ୍ୟାରେଜ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଜାନିବିଲି ଠାରେ ହେବ ବ୍ୟାରେଜ୍। ନୂଆ ଯୋଜନା ଆମ ହସ୍ପିଟାଲ୍ କୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। 5T ଅଧୀନରେ ରହିବ ଏହି ନୂଆ ଯୋଜନା।