ଡିଜିପିଙ୍କ ବିଧାନସଭା ସୁରକ୍ଷା ଯାଞ୍ଚ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଡିଜିପି ଅରୁଣ ଷଡଙ୍ଗୀ। ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ ଓ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ୍ ଫୋର୍ସ। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପୂରା ଅଞ୍ଚଳ ସିସିଟିଭିରେ ରହିବ। ପ୍ରବେଶ ଓ ପ୍ରସ୍ଥାନ ପଥରେ ରହିବେ ସଶସ୍ତ୍ର ବାହିନୀ। ଏହା ବ୍ୟତୀତ ଡଗ୍ ସ୍କ୍ବାର୍ଡ, ଷ୍ଟ୍ରାଇକିଂ ଫୋର୍ସ ଓ ଏସଓଜି ଯବାନ ମୁତୟନ ରହିବେ।