ବସ୍ ଓଲଟି ୧୭ କାଉଡ଼ିଆ ଆହତ
ଯାଜପୁର: ଯାଜପୁର ଜିଲ୍ଲା ଦେଇ ଯାଉଥିବା ଜାତୀୟ ରାଜପଥ-୨୦ ଚାନ୍ଦପୁର ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍। ଦୁର୍ଘଟଣାରେ ୧୭ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ କାଉଡ଼ିଆଙ୍କୁ ନେଇ ଆନନ୍ଦପୁରରୁ ପୁରୀ ଯାଉଥିଲା ବସ୍।