ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ। ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ରଘୁବର ଦାସ। ରାଜ୍ୟପାଳ କହିଲେ ଯେ ମୋ ସରକାର ନିରପେକ୍ଷତା ସହ କାମ କରିବ। ଯୁବପିଢିକୁ ରୋଜଗାର ଦେବା ମୋ ସରକାରର ଲକ୍ଷ୍ୟ। ପୂର୍ବ ଭାରତର ପାୱାର ହାଉସ୍ ହେବ ଓଡିଶା ଓ ଆଦିବାସୀ ଅଞ୍ଚଳରେ ଉତ୍ପାଦନ ଉପରେ ଦିଆଯିବ ଗୁରୁତ୍ଵ। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କକ୍ଷତ୍ୟାଗ କଲେ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ସଦସ୍ୟ। ଜଣେ ଏ ଏସ୍ ଓ ଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ କରିଥିବା ଆକ୍ରମଣର ପ୍ରତିବାଦରେ କକ୍ଷତ୍ୟାଗ କଲେ ବିରୋଧୀ ଦଳ ସଦସ୍ୟ।