ଆଜିଠୁ ପଞ୍ଚୁକ ନୀତି

ପୁରୀ: ଆଜିଠୁ ଆରମ୍ଭ ହେବ ପଞ୍ଚୁକ ନୀତି। ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ଵାରରୁ ମାର୍କେଟ ଛକ ପର୍ଯ୍ୟନ୍ତ କରାଯାଇଛି ବ୍ୟାରିକେଡ। ବାୟୋ ଟଏଲେଟ୍ ସହ ପ୍ରତି ସେଡ୍ ରେ ପାନୀୟ ଜଳ ସୁବିଧା ରହିଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯାଇଛି। ସହାୟତା ପାଇଁ ରହିଛନ୍ତି ସ୍ବେଛାସେବୀ। ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ଟି ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ସେପଟେ କଟକ ଧବଳେଶ୍ଵର ପୀଠରେ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।