ସହଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ

May 1, 2025 - 23:09
 9
ସହଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ଵର: ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥକ ଅନଗ୍ରସରଙ୍କୁ ସରକାରୀ ଯୋଜନାଗୁଡ଼ିକ ସହ ଯୋଡ଼ିବା ନେଇ ସରକାରଙ୍କ ଅନନ୍ୟ ପ୍ରୟାସ ‘ସହଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଅବସରରେ ମନ୍ତ୍ରୀ ଡା. ମହାପାତ୍ର କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ମଇ ୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜୋର୍ -ଟୁ-ଡୋର୍ (ଘରକୁ ଘର) ସର୍ଭେ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ପର୍ଯ୍ୟାୟରେ ଜନଆନ୍ଦୋଳନରେ ପରିଣତ କରାଯିବ । ‘ସହଯୋଗ’ ସାରା ଓଡ଼ିଶାରେ ଜନ ଆନ୍ଦୋଳନରେ ରୂପଦେବାକୁ ଚାହୁଁଛି ବୋଲି ଉଲ୍ଲେଖ କରି ମନ୍ତ୍ରୀ ଡା. ମହାପାତ୍ର କହିଥିଲେ ‘ସହଯୋଗ ସାଧାରଣ ଲୋକଙ୍କ ଅସାଧାରଣ କାମରେ ସାହାଯ୍ୟ କରିବ । ବହୁଲୋକ ଅଜ୍ଞତାବଶତଃ ଛୋଟ ଛୋଟ ଯୋଜନାର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚୁତ ହେଉଛନ୍ତି । ତେଣୁ, ସହଯୋଗ ଦ୍ୱାରା ସମସ୍ତ ବ୍ୟବସ୍ଥାର ଲାଭପାଇପାରିବେ । ‘ସହଯୋଗ’ରେ ସହ‌ଯୋଗୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ । ‘ସହଯୋଗ’ ଦ୍ଵାରା ସୁନ୍ଦର ଜୀବନ ସହ ସୁନ୍ଦର ଓଡ଼ିଶା ଗଠନ ହେବ । ମୁଖ୍ୟସ୍ରୋତକୁ ଆର୍ଥିକ ଅନଗ୍ରସରମାନେ ଆସିପାରିବେ । ଭବିଷ୍ୟତରେ ‘ସହଯୋଗ’ର ଏକ ଆପ୍ ନିର୍ମିତ ହେବା ସହ ଗ୍ରାମାଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ । କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଯେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ଆଜି ଏକ ଐତିହାସିକ ଦିବସ । ଓଡ଼ିଶାର ଅଭିବୃଦ୍ଧିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଆର୍ଥିକ ଅନଗ୍ରସରଙ୍କୁ ମୁଖ୍ୟସ୍ରୋତକୁ ଆଣିପାରିଲେ ବିକଶିତ ଓଡ଼ିଶା ଗଠିତ ହୋଇପାରିବ । ସୁତରାଂ", ଯେତିକି ଯୋଜନା ଅଛି କେହି ବି ବଞ୍ଚିତ ହେବା ଉଚିତ ନୁହେଁ । ପ୍ରତ୍ୟେକ ଯୋଗ୍ୟ ହିତାଧୁକାରୀଙ୍କୁ ‘ସହଯୋଗ ମାଧ୍ୟମରେ ସେମାନଙ୍କର ନ୍ୟାର୍ଯ୍ୟ ଅଧୁକାର ମିଳିପାରିବ । ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ହୋଇଥିବାବେଳେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୪୪ଟି ପୌରାଞ୍ଚଳରେ ଯେତିକି ଲୋକ ଅଛନ୍ତି ସେମାନଙ୍କୁ ନଗର ଉନ୍ନୟନ ବିଭାଗର ସମସ୍ତ ଯୋଜନା ସହ ଅନ୍ୟ ବିଭାଗର ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଵସ୍ଥ୍ୟକର୍ମୀ, ଜଳସାଥ୍, ସୁମ୍ ବାସିନ୍ଦା ସଂଘର ନେତୃବୃନ୍ଦ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କମ୍ୟୁନିଟି ଉଲ୍ୟୁଣ୍ଟିଅୟର୍ସ ଏବଂ ପୌରାଞ୍ଚଳ ଫ୍ରଣ୍ଟଲାଇନ୍ ୱାର୍କର୍ସଙ୍କ ସହଯୋଗ ନିଆଯିବ । ସେମାନେ ହିତାଧୁକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଯୋଗ୍ୟ ହିତାଧିକାରୀ ଯେପରି ଅବେଦନ କରିପାରିବେ ସେଥ‌ିପ୍ରତି ଦୃଷ୍ଟି ଦେବେ । ଯେହେତୁ ଆର୍ଥିକ ଅନଗ୍ରସର ଲୋକଙ୍କର ମୁଖ୍ୟ ଆବଶ୍ୟକତା ଜାଗା, ଘର, ପାଣି ଓ ବିଜୁଳି ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳକୁ ଆରମ୍ଭ ପଏଣ୍ଟ ହିସାବରେ ନିଆଯିବ । ଅଗ୍ରାଧିକାର ଭିଭିରେ ଚିହ୍ନିତ ଫ୍ଲାଗ୍‌ ସିପ୍ ପରିଯୋଜନା ଅଧିନରେ କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଜାତୀୟ ଖାଦ୍ୟ ନିରାପତ୍ତା ଅଧୁନିୟମ ଅଧୀନସ୍ଥ ରାସନ୍ କାର୍ଡ, ପାଇପ୍ ଜଳଯୋଗାଣ, ଆୟୁଷ୍ମାନ୍ କାର୍ଡ, ପିଡବ୍ଲ୍ୟୁଡି ପରିଚୟ ପତ୍ର, ସୁଭଦ୍ରା ଯୋଜନା, ଶ୍ରମ କାର୍ଡ, ଇ- ଶ୍ରମକାର୍ଡ, ଗରିମା ସ୍କ୍ରିମ୍, ପିଏମ୍ ବିଶ୍ଵକର୍ମା ଯୋଜନା, ମଧୁବାବୁ ପେନ୍‌ସନ୍ ଯୋଜନା, ସୁକନ୍ୟା ସମୃଦ୍ଧ ଯୋଜନା, ପିଏମ୍ ସୁରକ୍ଷାବୀମା ଯୋଜନା ଏହି ପରିଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ । ‘ସହଯୋଗ’ କାର୍ଯ୍ୟ କ୍ରମ ଏକ ଅଭିନବ କାର୍ଯ୍ୟକ୍ରମ ଯାହା ସହରାଞ୍ଚଳର ଦରିଦ୍ର ସମୁଦାୟର ଯୋଗ୍ୟ ହିତାଧୁକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସଚେତନ କରି, ଘରେ ସେବାପ୍ରଦାନ କରି ସଠିକ୍ ପରିଯୋଜନା ସହ ଯୋଡ଼ିଥାଏ । ମଇ ୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ମାସ ପାଇଁ ଏହି କାର୍ଯ୍ୟକାରିତା କ୍ୟାମ୍ପେନ୍ -ମୋଜ୍‌ରେ ଅନୁଷ୍ଠିତ ହେବ । କମ୍ୟୁନିଟି ଭଲ୍ୟୁଣ୍ଟିୟର୍ସ ଏବଂ ଫ୍ରଣ୍ଟଲାଇନ୍ ୱାର୍କର୍ସ ଏଥରେ ନିୟୋଜିତ ହେବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନ୍ତଃବିଭାଗୀୟ କମିଟି ଗଠିତ ହୋଇ କାର୍ଯ୍ୟକ୍ରମର ସଫଳ ପ୍ରଣୟନ କରାଯିବ । ଜିଲ୍ଲାସ୍ତରୀୟ କମିଟି ଜିଲ୍ଲାପାଳଙ୍କ ନେତୃତ୍ୱରେ ପରିଚାଳିତ ହେବ । ଅନ୍ୟାନ୍ୟ ଲାଇନ୍ ତିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଏହି କମିଟିରେ ରହି ପୌରାଞ୍ଚଳ ଟିମ୍‌କୁ ସହାୟତା କରିବେ । କାର୍ଯ୍ୟକ୍ରମର ରୂପାୟନ ସମୟାନୁକ୍ରମେ ସମୀକ୍ଷା କରାଯିବ । ଜିଲ୍ଲା ଭନ୍ନୟନ କମିଟି ବୈଠକରେ ମାସିକ ଅଗ୍ରଗତି ସମୀକ୍ଷା କରା‌ଯିବ । ଏହା ବ୍ୟତୀତ କମିଶନର ଓ କାର୍ଯ୍ୟନିର୍ବାହୀ ଅଧୁକାରୀମାନେ ପରିଯୋଜନା ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ସମୟରେ ଶୁଣାଣି କରି ପଦକ୍ଷେପ ନେଇପାରିବେ । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ୮ ଗୋଟି ଜିଲ୍ଲାର ଲୋକପ୍ରତିନିଧ, କାର୍ଯ୍ୟନିର୍ବାହୀ ଅଧୁକାରୀ, କମ୍ୟୁନିଟି ସଂଗଠକ ଯୋଡ଼ି ହୋଇଥିବାବେଳେ ବିଭିନ୍ନ ବିଭାଗର ନୋଡାଲ୍ ଅଫିସର ଏବଂ ଟାଟା ଫାଉଣ୍ଡେସନ୍‌ ଟ୍ରଷ୍ଟର କର୍ମକର୍ତାମାନେ ଉପସ୍ଥିତ ଥିଲେ ।