ଲକ୍ଷାଧିକ ଭକ୍ତଙ୍କ ଗହଣରେ ଚାଲିଛି ରଥଟଣା

ପୁରୀ: ଲକ୍ଷାଧିକ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଚାଲିଛି ରଥଟଣା। ଆଜି ଅପରାହ୍ନ ୪:୪୦ ରେ ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଏହା ପୁର୍ବରୁ ଟଣା ସରିଛି ବଳଭଦ୍ରଙ୍କ ତାଳଧ୍ଵଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ତେବେ ତାଳଧ୍ୱଜ ରଥଟଣା ବେଳେ ମରିଚିକୋଟ ଛକରେ ଠେଲାପେଲାରେ ୩ ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।