ଭୁସୁଡ଼ିଲା ପୁରୀ ଷ୍ଟେସନ୍ ର ନିର୍ମାଣାଧୀନ ଛାତ

Apr 28, 2024 - 15:30
 37
ଭୁସୁଡ଼ିଲା ପୁରୀ ଷ୍ଟେସନ୍ ର ନିର୍ମାଣାଧୀନ ଛାତ

ପୁରୀ: ଭୁସୁଡିଲା ପୁରୀ ରେଳ ଷ୍ଟେସନ୍ ର ନିର୍ମାଣାଧୀନ ଛାତ। ବିଶ୍ବସ୍ତରୀୟ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଘଟିଥିଲା ଏହି ଅଘଟଣା। ସୂଚନା ଅନୁଯାୟୀ, ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଆଉ କିଛି ଶ୍ରମିକ ଫସିରହିଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ୬ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସୂଚନା ମିଳିଛି।