ଓଡ଼ିଶାରେ ସରକାର ବଦଳିବା ଉଚିତ୍: ଜେପି ନଡ୍ଡା

Apr 28, 2024 - 22:42
 147
ଓଡ଼ିଶାରେ ସରକାର ବଦଳିବା ଉଚିତ୍: ଜେପି ନଡ୍ଡା

ବ୍ରହ୍ମପୁର : ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏକ ସମାବେଶରେ ଯୋଗଦେଇ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ନଡ୍ଡା। ସେ ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ। ନିଜ ବକ୍ତବ୍ୟରେ ନଡ୍ଡା କହିଛନ୍ତି ଯେ ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର। ୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କ’ଣ ଥିଲା, ଏବେ କଣ ଅଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବଦଳି ଯାଇଛି। ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ଦୁଇ ବର୍ଷ ଭିତରେ ଭାରତ ହେବ ତୃତୀୟ ବଡ଼ ଆର୍ଥିକ ଶକ୍ତି। ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାସନ ମିଳୁଛି ଓ ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ସିଧା ସହାୟତା ଯାଉଛି । ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ବଦଳିବା ଉଚିତ୍ ବୋଲି ସେ ଉଲ୍ଲେଖ କରିଛନ୍ତି।