ସାହା ଚାରିଟେବୁଲ ଟ୍ରଷ୍ଟ ଭାରତ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ସମ୍ମାନ ସୂଚକ ଡକ୍ଟରେଟ ଉପାଧିରେ ସମ୍ମାନୀତ

Jan 10, 2025 - 21:03
 3
ସାହା ଚାରିଟେବୁଲ ଟ୍ରଷ୍ଟ ଭାରତ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ସମ୍ମାନ ସୂଚକ ଡକ୍ଟରେଟ ଉପାଧିରେ ସମ୍ମାନୀତ

ଭୁବନେଶ୍ୱର: ସାହା ଚାରିଟେବୁଲ ଟ୍ରଷ୍ଟ ଭାରତ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ "ସମ୍ମାନ ସୂଚକ ଡକ୍ଟରେଟ ଉପାଧି" ରେ ସମ୍ଵର୍ଦ୍ଧିତ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବରିଷ୍ଠ ନାଗରିକଙ୍କ ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଜନ୍ମ ଦିନ, ବିଭାହ ବାର୍ଷିକ ଉତ୍ସବ ପାଳନ କରୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି । ଏହାର ଉଦ୍ଦେଶ୍ୟ ଯେ ପ୍ରଭୁଙ୍କ କୃପାରୁ ସେମାନେ ଭଲ ରୁହନ୍ତୁ ଓ କିଛି ସମୟ ଆମେ ସମସ୍ତେ ମିଶି ଖୁସୀ ରହିବା ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ । ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଓ ବହୁ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି । ଏହା ଆମର ସେବା କାର୍ଯ୍ୟକୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ । ଡ଼ ମହାପାତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି