ରଜ ପାଳିଲେ ମୁଖ୍ୟମନ୍ତ୍ରୀ

Jun 14, 2024 - 22:42
 73
ରଜ ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପହିଲି ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାଚ, ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଥିଲା ସ୍ବାଗତ। ଏହି ଅବସରରେ ଝିଅ ମାନେ ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ ଆନନ୍ଦରେ ମିଠା ଖୁଆଉଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଆ ସଂସ୍କୃତିର ପରିଚୟ ରଜ ପର୍ବ। ରାଜ୍ୟର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ବଞ୍ଚାଇ ରଖିବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।