ଜୁଲାଇରୁ ଭାରତରେ ଲାଗୁ ହେବ ନୂଆ ପୋଲିସ୍ ଆଇନ୍

Jun 14, 2024 - 22:40
 47

ଭୁବନେଶ୍ୱର: ଜୁଲାଇ ପହିଲାରୁ ଭାରତରେ ଲାଗୁ ହେବ ନୂଆ ପୋଲିସ୍ ଆଇନ୍। ନୂଆ ଆଇନ୍ କାର୍ଯ୍ୟକରିତା ନେଇ ଗୃହ ମନ୍ତ୍ରାଳୟର ବୈଠକରେ ସବୁ ରାଜ୍ୟର ଡିଜିପି ଉପସ୍ଥିତ ଥିଲେ। ଦେଶରେ ଜୁଲାଇ ୨୦୨୪ ରୁ ହଟିବ ବ୍ରିଟିଶ ଆଇନ୍। ଇଣ୍ଡିଆନ୍ ପେନାଲ୍ କୋଡ୍ ପରିବର୍ତ୍ତେ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା, କୋଡ୍ ଅଫ୍ କ୍ରିମିନାଲ୍ ପ୍ରସିଡ୍ୟୁଅର୍ ପରିବର୍ତ୍ତେ ଲାଗୁ କରାଯିବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ସେହିପରି ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ। ପୂର୍ବରୁ ୫୧୧ଟି ସେକ୍ସନ ଥିଲା, ଏବେ ୩୫୮ଟି ସେକ୍ସନ ହେବ। ୧୮୬୦ ମସିହାରୁ ଚାଲିଥିଲା ବ୍ରିଟିଶ ନୀୟମ।