ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ଓଡ଼ିଶା ସରକାର
ଭୁବନେଶ୍ୱର: ପଶ୍ଚିମବଙ୍ଗକୁ ଆଉ ଆଳୁ ମଗିବେନି ଓଡ଼ିଶା ସରକାର। ଓଡ଼ିଶା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ନିଜ ଆଡୁ ପଠାଇଲେ ରାଜ୍ୟ ସରକାର ରଖିବେ, କିନ୍ତୁ ଆଉ ଅନୁରୋଧ କରିବେ ନାହିଁ। ଓଡ଼ିଶାରେ ଆଳୁ ସଂକଟ ନାହିଁ, ଉତ୍ତର ପ୍ରଦେଶରୁ ଆଳୁ ଆସୁଛି। ପଞ୍ଜାବ ସରକାରଙ୍କ ସହ ମଧ୍ୟ ଯୋଗାଯୋଗ ହୋଇଛି। ବଜାରରେ ଦର ବୃଦ୍ଧି ହୋଇନି, ଚଢ଼ାଦରରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଲେ ପାତ୍ର।