ଜାରି ହେଲା ସୁଭଦ୍ରା ଯୋଜନା ଗାଇଡଲାଇନ୍

Aug 26, 2024 - 18:13
 8

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ହୋଇଛି। ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବେ ସେମାନେ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ । ଶିଶୁ ଓ ମହିଳା ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ପ୍ରକାଶ କରାଯାଇଛି। ଏହା ସହ ସୁଭଦ୍ରା ଯୋଜନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ମହିଳା ଓଡ଼ିଶାର ବାସିନ୍ଦା ହୋଇଥିବେ। ଆବେଦନ କରିବାକୁ ଇଚ୍ଛୁକ ଥିବା ମହିଳାଙ୍କ ବୟସ ୨୧ରୁ ୬୦ ମଧ୍ୟରେ ହୋଇଥିବ । ବୟସ ୧ ଜୁଲାଇ ୨୦୨୪ରେ ୨୧ ବର୍ଷ ହୋଇଥିବା ଆବଶ୍ୟକ। ଆଧାରକାର୍ଡ଼ରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।