ଲୋକଙ୍କ ସେବାରେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ସମସ୍ତଙ୍କ ପ୍ରିୟ ବିନ୍ଦୁ ମହାନନ୍ଦ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ। ବ୍ଲକ୍ ଅଧ୍ୟକ୍ଷ ହେବ ତୋ ଏମିତି, ଦୁଃଖୀ ହିନ ଅସହାୟ ବ୍ୟକ୍ତି ଗରିବ ଲୋକଙ୍କର ଦରଦୀ ବନ୍ଧୁ ଦୁଃଖୀ ଦରିଦ୍ର ସେବା ତଥା ବୃଦ୍ଧ ବୃଦ୍ଧାଙ୍କୁ ଭତା ଟଙ୍କାରେ ସାହାଯ୍ୟ ହେଉ ବା ଗରିବଙ୍କ ରାସନ କାର୍ଡ ରେ ଚାଉଳ ବା ଅନାନ୍ୟ ସମସ୍ୟା ର ସମାଧାନ କେମିତି ସହଜରେ ପାଇପାରିବେ, ସେ ସବୁକୁ ଗୁରୁତ୍ୱ ମନେକରି ନିର୍ଣ୍ଣୟ କରିବା ସଙ୍ଗେ ହାତ ବଢାଇବାରେ ସଂକଳ୍ପଵଧ । ତାଙ୍କ ସମାଜ ସେବା ଦେଖି,ଅଞ୍ଚଳରେ ଚହଳ ସୃଷ୍ଟି କରିବାରେ ଲାଗିଛି | ସେ ଆଉ କିଏ ନୁହନ୍ତି, ସେ ହେଉଛନ୍ତି ଆମ ପ୍ରିୟ ବ୍ଲକ୍ ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ। ଗୋଲାମୁଣ୍ଡା ବ୍ଲକ୍ ଅଧ୍ଯକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ନିଜ ବାସଭବନରେ ଜଣ ଶୁଣାଣୀ ଦିନକୁ ଦିନ ଚାଲିଥିବାବେଳେ, ଶ୍ରୀ ମହାନନ୍ଦ ନିସ୍ଵାର୍ଥପର ଭାବ ରଖି ଜନ ସାଧାରଣଙ୍କ ସେବା କାର୍ଯ୍ୟ କରିଆସୁଛନ୍ତି । ଶ୍ରୀ ମହାନନ୍ଦଙ୍କ ନିଜ ବାସଭବନ ଡୁଡ଼କେଳ ଗ୍ରାମରେ ଜନତାଙ୍କ ସେବା ତଥା ଜଣ ଶୁଣାଣି କରିବାରେ ପ୍ରତେକ ଦିନ ସମୟ ଦେଇଥାନ୍ତି | ଶ୍ରୀ ମହାନନ୍ଦ ଙ୍କ ସେବା କାର୍ଯ୍ୟକୁ ନେଇ ସମଗ୍ର ଗୋଲାମୁଣ୍ଡା ଅଞ୍ଚଳ ସହ ଜୁନାଗଡ଼ ପର୍ଯ୍ୟନ୍ତ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଲାମୁଣ୍ଡା ବ୍ଲକ୍ ର ୨୮ ଗୋଟି ଗ୍ରାମପଞ୍ଚାୟତ ର ଜନସାଧାରଣ ଶ୍ରୀ ମହାନନ୍ଦ ଙ୍କ ବାସଭବନକୁ ଯାଇ ବିଭିନ୍ନ ପ୍ରକାର ବ୍ୟକ୍ତିଗତ ସମସ୍ୟା ଓ ସାମୁହିକ ସମସ୍ୟା କୁ ନେଇ ଉପସ୍ଥାପନ କରିଥାନ୍ତି ଏବଂ ଶ୍ରୀ ମହାନନ୍ଦ ଗୋଲାମୁଣ୍ଡା ଅଞ୍ଚଳ ର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ନିଜେ ଫୋନ୍ ଯୋଗେ ଆଲୋଚନା ପୂର୍ବକ ସମାଧାନ କରିଥାନ୍ତି । ରାଜ୍ୟର ମୋହନ ସରକାର ଓ କେନ୍ଦ୍ର ସରକାର ତଥା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର କରି କେମିତି ସାମିଲ ହେବେ ତାହାର ଉଚିତ ପଦକ୍ଷେପ ନେଇ ସମାଧାନ ରାସ୍ତାମାନ ଦେଖାଇଥାନ୍ତି । ଏଥିରୁ ସ୍ପଷ୍ଟ ମନେ ହୁଏ, ଗୋଲାମୁଣ୍ଡା ଅଞ୍ଚଳର ବିକାଶର ପଛରେ ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ପ୍ରତକ୍ଷ୍ୟ ହାତ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗରିବ, ଅବହେଳିତ, ନିଷ୍ପେସିତ ଲୋକଙ୍କ ସେବା ଦେଖି ସମଗ୍ର ଗୋଳାମୁଣ୍ଡା ଅଞ୍ଚଳରେ ହସର ଲହରୀ ଖେଳିଯାଇଛି । କଳାହାଣ୍ଡି ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।