ସିରିଜ୍ ଦୁର୍ଘଟଣାରେ ୪ ମୃତ

Nov 30, 2024 - 20:50
 4

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସିରିଜ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଥିବା ସୂଚନା। ତିରିଂ ଥାନା ବଡ଼ଡ଼ାଳିମା ଛକ ଓ ବହଳଦା ଥାନା ବାଗଡେଗାରେ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣ ପ୍ରାଣ ହରାଇଛନ୍ତି। ତିରିଂରେ ୩ ଜଣଙ୍କୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନୁ ୨ ଗୁରୁତର ଆହତ ହୋଇଛନ୍ତି। ୧୫ କିମି ଯିବା ପରେ ବାଗଡେଗାରେ ପୁଣି ଏକ ଅଟୋକୁ ପିଟିଲା ସେହି ଟ୍ରକ୍। ଅଟୋରେ ଥିବା ଦମ୍ପତି ସମେତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି।