ପବିତ୍ର ଅଯୋଧ୍ୟା ଧାମ ର ଭକ୍ତମହଲ ଆଶ୍ରମ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଭକ୍ତମହଲ ଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ଦିନସକାଳୁ ମହାପ୍ରଭୁ ଙ୍କ ସ୍କନ୍ଦ ପୁରାଣ ର ଭକ୍ତି ସରିତା, ଦିନରେ ପରାୟଣ, ଘୃତ ଯଂଜ୍ଞ, ଭଜନ କୀର୍ତନ ଆଳତି, ପୂଜ୍ୟ ବାବାଜୀ ଙ୍କ ଦ୍ୱାରା ଜ୍ଞାନ ଯଂଜ୍ଞ୍ (କଥାମୃତ) ଓ ପୂଜା ଅର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଭୁ ଶ୍ରୀ ନୀଳମାଧଵ ମହାରାଜ ଇନ୍ଦ୍ରଦୁମ୍ମନ, ବ୍ରାହ୍ମଣ ଦେବତା ବିଦ୍ୟାପତି,ଦଇତା ପତି ବିଶ୍ୱବାସୁ ଓ ସ୍କନ୍ଦ ପୁରାଣର ବିଷୟ ଅତି ସୃତି ମଧୁର ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ଭାରତ ତଥା ଭାରତ ବାହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନ ରେ ଆୟୋଜିତ ହେଉଛି । ପାଞ୍ଚରାତ୍ର କାର୍ଯ୍ୟକ୍ରମର ଉଦେଶ୍ୟ ସ୍କନ୍ଦ ପୁରାଣ ଅନୁଯାଇ ପାଞ୍ଚ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୃଷ୍ଟି, ସ୍ୱରୂପ ଲୀଳା କ୍ଷେତ୍ର ମାହାତ୍ମ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଅନୁଷ୍ଠାନ ର ଉପଦେଷ୍ଟା ଓ ଛତିଶା ନିୟୋଗ ର ନାୟକ ପୂଜ୍ୟ ଶ୍ରୀ ଜନାର୍ଦ୍ଦନ ପାଟ୍ଟଯୋଶୀ ଶ୍ରୀମନ୍ଦିର ପୁରୀ ଙ୍କ ନିମନ୍ତ୍ରଣ ରକ୍ଷା କରି ରାମ ମନ୍ଦିର ମୁଖ୍ୟ ପୂଜକ ପୂଜ୍ୟ ଶ୍ରୀ ସତ୍ୟେନ୍ଦ୍ର ଦାସ ମହାରାଜ ଓ ଶ୍ରୀରାମ ମନ୍ଦିର ତିଆରି ହୋଇଥିବା ନିର୍ମଳ ଆଖଡ଼ା ଜାଗାର ମହନ୍ତ ଶ୍ରୀ ଧୀରେନ୍ଦ୍ର ଦାସ ମହାରାଜ ପାଞ୍ଚରାତ୍ର କାର୍ଯ୍ୟକ୍ରମ ରେ ଯୋଗଦେଇ ତାଙ୍କର ଆଶ୍ରିବଚନ ପ୍ରଦାନ କରି ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ। ଅନୁଷ୍ଠାନ ର ଅଧକ୍ଷ ରାମକୃଷ୍ଣ ଦାସ ମହାରାଜ କାର୍ଯ୍ୟକାରୀ ଅଧକ୍ଷ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ଉପ ସଭାପତି ବୈକୁଣ୍ଠ ମହାପାତ୍ର ସଙ୍ଗଠନ ସମ୍ପାଦକ ଡ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ,ନିର୍ମଳ ବାବୁ ଭାରତୀ ଭୂଷଣ ପଟ୍ଟନାୟକ ପ୍ରମୁଖ ଙ୍କ ଉପସ୍ଥିତି ଓ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଓଡିଶା ରୁ ପ୍ରାୟ ୧୫୦ ଜଣ ଜଗନ୍ନାଥ ପ୍ରେମି ଆସିଥିଲେ ଏବଂ ଏହି ଅବସରରେ ପବିତ୍ର ଅଯୋଧ୍ୟା ଧାମ ରେ ପ୍ରଭୁ ଶ୍ରୀରାମଲାଲାଙ୍କୁ ଓ ଅନ୍ୟାନ୍ୟ ମନ୍ଦିର ଓ ଦର୍ଶନୟି ସ୍ଥାନ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଓଡ଼ିଆ ମଠ ଓ ଅଯୋଧ୍ୟା ର ଅନ୍ୟାନ୍ୟ ମଠର ବହୁ ସାଧୁ ଓ ସନ୍ଥ ମାନେ ମଧ୍ୟ ଯୋଗ ଦାନ କରିଥିଲେ।