ପଞ୍ଜିକରଣ ପାଇଁ ଚାଷି ଦୌଡିଦୌଡି ନୟାନ୍ତ. ରାତି ଅଧଯାଏ ସୋସାଇଟରେ ଧାରଣା

ବାଲେଶ୍ବର,ସଦରବ୍ଲକ ସାରଙ୍ଗା ସୋସାଇଟରେ ଧାନକିଣା ପଞ୍ଜିକରଣ ପାଇଁ ସହଜ ସରଳ ହେଵା ପାଇଁ ଅନଲାଇନ ବ୍ୟବସ୍ଥା ଏବେ ଚାଷିପାଇଁ ଅସୁବିଧାର କାରଣ ପାଲଟିଛି। ସର୍ଭର ଡାଉନ ଚାଷି ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ। ଏପଟେ କ୍ଷେତ ଡାକୁଥିବା ବେଳେ ସେପଟେ ବର୍ଷକର ବେଉଷଣ କୁ ବିକିବା ପାଇଁ ସରକାରୀ ପଞ୍ଜିକରଣ । ଗୋଟିଏ ଦିନ କାମକୁ ନଗଲେ କୁଟୁମ୍ବ ଉପାସ , ଦୁଇତିନଧରି ଶତାଧିକ ଚାଷି ନିଇତି ରାତି ଅଧପର୍ଯ୍ୟନ୍ତ ଅଧିଆ ପଡିବାକୁ ପଡୁଛି। ଫର୍ମ ସଂଗ୍ରହ କରିଛନ୍ତି ହଜାରେରୁ ଅଧିକ ଚାଷି, ନବାଗତଙ୍କ ପାଇଁ ଏଵେ ଫର୍ମ ବି ମିଳୁନାହିଁ। ଏମିତି ଯଦି ସର୍ଭର ଡାଉନରହେ କେବେ ହେଵ ପଞ୍ଜିକରଣ ,ମୁଁ ତିନିଦିନ ଧରି ଆସୁଛି ବସନ୍ତପୁରର ଚାଷି ଫକୀର ସେଠୀ କୁହନ୍ତି , ତିନିଦିନ କମେଇ, ଆଜିବି ସକାଳୁ ଆସି ବସିଛି ସନ୍ଧ୍ୟା ହେଲାଣି। ସବୁଠାରୁ ସମସ୍ୟା ନିଛାଟିଆ ରାସ୍ତା ବିପଦ ସଂକୁଳ , ଯନ୍ତ୍ରକୁ ଆଶ୍ରାକରିବା ଏ ଅବସ୍ଥା । *Product Name* - *Kesh Art Bhringraj & Neem Hair Cleanser for Controlling Hair fall & Dandruff* *Product link* -
Powered by myUpchar
*Product Name* - *myUpchar 2% Salicylic Acid Serum For Acne, Pimples, Blackheads & Open Pores for both Women & Men - 50ml* *Product Link* -
Powered by myUpchar
ଯଦି ସାଧାରଣ ଭାବରେ ପଞ୍ଜିକୃତ ହେଉଥାନ୍ତା କେବେଠୁ ଘରେ ପହଁଚି ସାରନ୍ତେଣି। ସତରେ ଆମେ ଆଗଉଛୁ ନା ପଛଉଛୁ ଏ ଯନ୍ତ୍ରର ଖେଳ ଅପାଠୁଆ ଚାଷି ପାଇଁ ଅବୁଝା, ଶୀତତାପ କୋଠରିରେ ସୋସାଇଟର ବାବୁଭାୟାଙ୍କୁ ପ୍ରାଣପଣେ ଡରେ, ନା କହିପାରୁଛନ୍ତି ନା ସହି ପାରୁଛନ୍ତି ଅଵା କେହି ଅଦୃଶ୍ୟ ଶକ୍ତି ନିର୍ଦ୍ଦେଶରେ ଏମିତି ଘଟୁଛି ସାଧାରଣରେ ଚର୍ଚ୍ଚା ହେଉଛି। ଆଗାମୀଦିନରେ ଏ ପ୍ରକାର ଯେମିତି ଅସୁବିଧା ନହୁଏ, ସାଧାରଣ ଚାଷୀ ଟି ଯେପରି ଅସୁବିଧାରେ ନପଡେ, ବିଭାଗୀୟ ଅଧିକାରୀଙ୍କୁ ମାନବାଧିକାରକର୍ମୀ ସୁଧାକର ସେଠୀ ନିବେଦନ ରଖିଛନ୍ତି। ସାଧାରଣରେ ଚାଷିଟି ପେଟ ପାଇଁ ଦୌଡୁଥିବା ବେଳେ , ଗୋଟିଏ ଦିନ ତା ପାଇଁ ଗୋଟିଏ ମଜୁରୀ, ନମିଳିଲେ ସାରାପରିବାର ଉପାସ ,ଆଶା ବିଭାଗୀୟ ଅଧିକାରୀମାନେ ଏ ପ୍ରତି ଯତ୍ନବାନ ହେବେ।
୨୦/୮/୨୦୨୫