ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sep 28, 2023 - 14:07
 13
ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

କୋରାପୁଟ : ଜୁନିୟର ରେଡ୍ କ୍ରସ୍ କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏକ ଦିବସୀୟ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରଶିକ୍ଷଣ ଶିବିରରେ ଜୟପୁର ଓ କୋରାପୁଟ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀବୃନ୍ଦ ଉପସ୍ଥିତ ରହି ରେଡ୍ କ୍ରସର ଉତ୍ପତ୍ତି ,ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାଥମିକ ଉପଚାର ଉପରେ ତାଲିମ ଗ୍ରହଣ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ହରିଶ୍ ବି.ସି. ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟପୁର ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଓ ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା ଯୋଗଦାନ କରି ଜୟପୁର ଓ କୋରାପୁଟ ବ୍ଲକ୍ ର ୫୬ ଜଣ ପରାମର୍ଶ ଦାତା ଓ ପରାମର୍ଶଦାତ୍ରୀଙ୍କୁ ରେଡକ୍ରସ୍ ର ପ୍ରତିଷ୍ଠାତାଙ୍କ ଜୀବନୀ, ରେଡକ୍ରସ୍ ଓ ଜୁନିୟର ରେଡକ୍ରସର ଉତ୍ପତ୍ତି , ସାମ୍ପ୍ରତିକ ସ୍ଥିତିରେ ସ୍ବେଛାସେବୀମାନଙ୍କ ସମାଜ ପାଇଁ ଆବଶ୍ୟକତା ଏବଂ ବିଦ୍ୟାଳୟ ସ୍ତରରେ ଏହାର ସକ୍ରିୟ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ସାଧନ କର୍ମୀ ଶ୍ରୀମତୀ ଶୁଭସ୍ମିତା ସାହୁ ଜୁନିୟର ରେଡ୍ କ୍ରସର ଉତ୍ପତ୍ତି, ବିଦ୍ୟାଳୟ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ତାଲିମ ପ୍ରଦାନ କରିଥିବା ବେଳେ ସାଧନକର୍ମୀ ଶ୍ରୀଯୁକ୍ତ ସୁଜିତ୍ କୁମାର ନାୟକ ବିପର୍ଯ୍ୟୟ ପରିଚାଳନା ଉପରେ ଅବଗତ କରାଇଥିଲେ ।ପ୍ରାଥମିକ ଉପଚାର ଉପରେ ସାଧନକର୍ମୀ ଶ୍ରୀଯୁକ୍ତ ହରେକୃଷ୍ଣ ମହାରଣା ସକ୍ରିୟାତ୍ମକ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯଜ୍ଞେଶ୍ଵର ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ହରେକୃଷ୍ଣ ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ବେଦ ପାଠ କରିଥିଲେ। ଜିଲ୍ଲା ସାଧନ କର୍ମୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଏହି ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଚଳିତ ମାସ ୧୨ ତାରିଖ ରୁ ଜିଲ୍ଳାର ସାତଗୋଟି ପ୍ରଶିକ୍ଷଣ କେନ୍ଦ୍ର ରେ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହୋଇଛି।କାର୍ଯ୍ୟକ୍ରମ ସୁପରିଚାଳନାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଶିକ୍ଷକ ଓ ଶିକ୍ଷୟିତ୍ରୀବୃନ୍ଦ ସହଯୋଗ କରିଥିଲେ।