ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ: ଆଜିଠୁ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ମରାମତି ପାଇଁ ସଅଳ ହେଲା ଶ୍ରୀଜିଉଙ୍କ ନୀତିକାନ୍ତି। ବେହରଣ ଦ୍ବାରରେ ଲାଗିଲା ୨ଟି ମେଟାଲ ଡିଟେକ୍ଟର। ରତ୍ନଭଣ୍ଡାର ପ୍ରବେଶ ପାଇଁ ପ୍ରାଧିକୃତ କର୍ମଚାରୀଙ୍କ ହେବ ଯାଞ୍ଚ। କେବଳ ଗାମୁଛା ଛଡ଼ା ରହିବନି କୌଣସି ଅଳଙ୍କାର। ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଲୁହାପାଇପ ବୁହା ଆରମ୍ଭ ହୋଇଛି। ରତ୍ନଭଣ୍ଡାର ଭିତରେ ଷ୍ଟେଜିଂ ପାଇଁ ବ୍ୟବହାର ହେବ ପାଇପ। ଦୁଇ ଦିନ ଧରି ଚାଲିବ ଭାର ବନ୍ଧା କାର୍ଯ୍ୟ ଓ ତୃତୀୟ ଦିନରୁ ହେବ ଡି ପ୍ଲାଷ୍ଟରିଂ।