ରତ୍ନସିଂହାସନ

ଶ୍ରୀମନ୍ଦିର ତତ୍ତ୍ଵ ଓ ତଥ୍ୟ

Nov 15, 2023 - 17:23
 125
ରତ୍ନସିଂହାସନ

ମୂଳ ପ୍ରସଙ୍ଗ: ରତ୍ନସିଂହାସନ
ରତ୍ନସିଂହାସନ (ଜଗତି ଓ ରତ୍ନବେଦୀ ନାମରେ ମଧ୍ୟ ଜଣା) ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠିତ ହୋଇଥିବା ଜଗତି/ବେଦୀ । ଏଥିରେ ମୋଟ ୭ ଜଣ ଠାକୁର ବିଜେ କରିଛନ୍ତି:

ଜଗନ୍ନାଥ
ବଳଭଦ୍ର
ସୁଭଦ୍ରା
ସୁଦର୍ଶନ
ମାଧବ ଦାରୁମୂର୍ତ୍ତି (ଦାରୁମୂର୍ତ୍ତି)
ମଦନମୋହନ (ଅଷ୍ଟଧାତୁ ପ୍ରତିମା)
ଶ୍ରୀଦେବୀ (ସୁନା ମୂର୍ତ୍ତି)
ଭୂଦେବୀ (ରୂପା ମୂର୍ତ୍ତି)

ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ। କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ୱତୀଙ୍କ ରୂପା ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ । ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।