ମନମ ଫାଉଣ୍ଡେସନ ପକ୍ଷରୁ ଡ଼ ନାରାୟଣ ମହାପାତ୍ରଙ୍କୁ ବେଷ୍ଟ ଭଲେନଟାରି ଆୱାର୍ଡ ୨୦୨୫ ରେ ସମ୍ବର୍ଦ୍ଧିତ

Feb 28, 2025 - 20:24
 36
ମନମ ଫାଉଣ୍ଡେସନ ପକ୍ଷରୁ ଡ଼ ନାରାୟଣ ମହାପାତ୍ରଙ୍କୁ ବେଷ୍ଟ ଭଲେନଟାରି ଆୱାର୍ଡ ୨୦୨୫ ରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ମନମ ଫାଉଣ୍ଡେସନ ପକ୍ଷରୁ ଡ଼ ନାରାୟଣ ମହାପାତ୍ରଙ୍କୁ ଓଡିଶା ରେ ମାନବ କଲ୍ଯାଣ କାର୍ଯ୍ୟ ନିମନ୍ତେ ବେଷ୍ଟ ଭଲେନଟାରି ଆୱାର୍ଡ ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଖୁସି ଓ ଶାନ୍ତି ବାଣ୍ଟୁଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି। ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ। ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ଼ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି। ଏହା ସମ୍ମାନ ଆମର ସେବା କାର୍ଯ୍ୟ କୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ। ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଆଡ଼ଭୋକେଟ କେ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ବୋଲି କହିଲେ ଡ଼ ନାରାୟଣ ମହାପାତ୍ର।